ରେକର୍ଡ କଲେ ଅଭିଷେକ ଶର୍ମା, ୨୮ ବଲରେ ମାରିଲେ ଶତକ

ଅଭିଷେକ ଶର୍ମା ରେକର୍ଡ କରିଛନ୍ତି । ସୈୟଦ ମୁସ୍ତଫା ଅଲି ଟ୍ରଫି ୨୦୨୪ରେ ଏକ ମ୍ୟାଚରେ ବିସ୍ଫୋରଣ ବ୍ୟାଟିଂ କରିଛନ୍ତି ଅଭିଷେକ ଶର୍ମା । ଅଭିଷେକ ପଞ୍ଜାବ ପାଇଁ ଖେଳି ମାତ୍ର ୨୮ ବଲରେ ଶତକ ମାରିଛନ୍ତି । ରାଜକୋଟରେ ମେଘାଳୟ ବିରୋଧରେ ଖେଳି ୧୧ଟି ଛକା ମାରିଛନ୍ତି । ଅଭିଷେକ ସବୁଠାରୁ ଦ୍ରୁତ ଶତକ ମାରି ରେକର୍ଡ କରିଛନ୍ତି ।

ମେଘାଳୟ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍ କରିଥିଲା । ଅର୍ପିତ ୩୧ ରନ, ଅଧିନାୟକ ଆକାଶ ଚୌଧୁରୀ ୨ ରନ୍ କରି ଆଉଟ୍ ହୋଇଥିଲେ । ଅଭିଷେକ ୨ଟି ଏବଂ ରମନଦୀପ ୨ଟି ୱିକେଟ ନେଇଛନ୍ତି । ଅଭିଷେକ ୱିକେଟ ନେବା ପରେ ବ୍ୟାଟିଂରେ କମାଲ କରିଛନ୍ତି ।

ମେଘାଳୟ ଦେଇଥିବା ଲକ୍ଷ୍ୟକୁ ପିଛା କରି ପଞ୍ଜାବ ଟିମ୍ ୯.୩ ଓଭରରେ ମ୍ୟାଚ ଜିତିଛି ।  ଓପନର ହରନୁର ସିଂ ମାତ୍ର ୬ ରନ୍ କରି ଆଉଟ ହୋଇଥିବା ବେଳେ ସଲିଲ ଅରୋରା ୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଶୋହରାବ ୨୨ ରନ୍ କରି ଆଉଟ ହେବା ପରେ ଅଭିଷେକ କମାନ ସମ୍ଭାଳିଥିଲେ । ୨୯ ବଲରେ ୧୦୬ ରନ କରିଥିଲେ । ଇନିଂସରେ ୧୧ ଛକା ଏବଂ ୮ଟି ଚଉକା ମାରିଥିଲେ । ପଞ୍ଜାବ ଏହି ମ୍ୟାଚକୁ ୭ ୱିକେଟରେ ମ୍ୟାଚ ଜିତିଥିଲା ।

ଅଭିଷେକ ଟି୨୦ ରେ ସବୁଠାରୁ ଦ୍ରୁତ ଶତକ କରିଥିବା ବ୍ୟାଟର । ସେ ମାତ୍ର ୨୮ ବଲରେ ଶତକ ପୂରଣ କରିଛନ୍ତି । ଅଭିଷେକ ସହିତ ଉର୍ବିଲ ପଟେଲ ମଧ୍ୟ ଏଭଳି ରେକର୍ଡ କରିଛନ୍ତି । ସେ ୨୮ ବଲରେ ଶତକ ମାରିଥିଲେ । ଉର୍ବିଲ ଗୁଜରାଟ ପାଇଁ ଖେଳୁଛନ୍ତି ।