ଅଭିଷେକ ଶର୍ମା ରଚିଲେ ଇତିହାସ, ଟି୨୦ ଇଣ୍ଟରନ୍ୟାସନାଲରେ କୌଣସି ଭାରତୀୟ ଖେଳାଳି କରିଥିବା ସର୍ବୋଚ୍ଚ ରନ୍

ଭାରତୀୟ ଦଳର ଷ୍ଟାର ଓପନର୍ ଅଭିଷେକ ଶର୍ମା ମୁମ୍ବାଇର ୱାଙ୍ଖେଡେ ଧମାଲ୍ କରିଛନ୍ତି । ମାତ୍ର ୩୭ ବଲରେ ୧୦୦ ରନ କରିଥିଲେ ଅଭିଷେକ । ଅଭିଷେକ ଶର୍ମା ୫୪ ବଲରେ ୧୩୫ ରନ୍ କରି ଆଉଟ୍ ହୋଇଛନ୍ତି । ଅଭିଷେକ ଇନିଂସରେ ୭ ଛକା ଏବଂ ୧୩ ଚଉକା ମାରିଛନ୍ତି । ଟି୨୦ ଇଣ୍ଟରନ୍ୟାସନାଲରେ କୌଣସି ଭାରତୀୟ ଖେଳାଳି କରିଥିବା ସର୍ବୋଚ୍ଚ ରନ୍ । ଅଭିଷେକ ଶୁବମନ ଗିଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗିଲ୍ ୧୨୬ ରନ୍ ଇନିଂସ ଖେଳିଛନ୍ତି । ଏହାଛଡା ଅଭିଷେକ ଶର୍ମା ଟି୨୦ ଇଣ୍ଟରନ୍ୟାସନାଲ ଇନିଂସରେ ସବୁଠାରୁ ଅଧିକ ଛକା ମାରିଥିବା ଭାରତୀୟ ବ୍ୟାଟର ହୋଇଛନ୍ତି । ଅଭିଷେକ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଦଳ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଇନିଂସ ଆରମ୍ଭରୁ ଓପନର ଅଭିଷେକ ଶର୍ମା ଆକ୍ରାତ୍ମକ ବ୍ୟାଟିଂ କରିଥିଲେ ।

ଅଭିଷେକ ଶର୍ମା ଭାରତକୁ ଏକ ଫ୍ଲାଇଙ୍ଗ ଷ୍ଟାର୍ଟ ଦେଇ ପ୍ରଥମେ ୧୭ ବଲରେ ଅର୍ଦ୍ଧଶତକ ହାସଲ କରଥିଲେ । ଏହାପରେ ସେ ଏହାକୁ ଅନ୍ତର୍ଜାତୀୟ ଟି-୨୦ରେ ଦ୍ୱିତୀୟ ଦ୍ରୁତତମ ଶତକରେ ପରିଣତ କରିଛନ୍ତି । ଅଭିଷେକ ମାତ୍ର ୩୭ ବଲରେ ଦ୍ରୁତ ଶତକ ହାସଲ କରିଛନ୍ତି । ଟି୨୦ ଇଣ୍ଟରନ୍ୟାସନାଲରେ କୌଣସି ଭାରତୀୟ ଖେଳାଳି କରିଥିବା ସର୍ବୋଚ୍ଚ ରନ୍ । ଅଭିଷେକ ଶୁବମନ ଗିଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗିଲ୍ ୧୨୬ ରନ୍ ଇନିଂସ ଖେଳିଛନ୍ତି । ଏହାଛଡା ଅଭିଷେକ ଶର୍ମା ଟି୨୦ ଇଣ୍ଟରନ୍ୟାସନାଲ ଇନିଂସରେ ସବୁଠାରୁ ଅଧିକ ଛକା ମାରିଥିବା ଭାରତୀୟ ବ୍ୟାଟର ହୋଇଛନ୍ତି । ଅଭିଷେକ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମା ୩୫ଟି ବଲରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ରଖିଛନ୍ତି । ଯାହା ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ । ଅନ୍ତର୍ଜାତୀୟ ଟି -୨୦ରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ଏଷ୍ଟୋନିଆର ସାହିଲ ଚୌହାନଙ୍କ ନାମରେ ରହିଛି। ସେ ମାତ୍ର ୨୭ଟି ବଲ୍‌ରେ ଶତକ ହାସଲ କରିଥିଲେ ।

ସେହିପରି ଆଫଗାନିସ୍ତାନର ହଜରତୁଲ୍ଲାହ ଜଜଇ ଟି୨୦ ଇଣ୍ଟରନ୍ୟାସନାଲରେ ଗୋଟିଏ ଇନିଂସରେ ସବୁଠାରୁ ଅଧିକ ଶତକ ମାରିଥିବା ଦ୍ବିତୀୟ ବ୍ୟାଟର । ସେ ଆୟରଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳି ୧୬୨ ରନ୍ ରେ ୧୬ ଛକା ମାରିଛନ୍ତି ।

Also Read : ଇତିହାସ ରଚିଲା ଭାରତ ଅଣ୍ଡର-୧୯ ମହିଳା କ୍ରିକେଟ ଟିମ୍, ସାଉଥ ଆଫ୍ରିକାକୁ ଫାଇନାଲରେ ହରାଇ ଜିତିଲା ଟି୨୦ ବିଶ୍ବକପ

You might also like