ଭାରତୀୟ ଭାବେ ଆଇପିଏଲରେ ସର୍ବାଧିକ ରନ କରିବାର ରେକର୍ଡ, ୪୦ ବଲରେ ଶତକ ମାରିଲେ ଅଭିଷେକ ଶର୍ମା

ଆଇପିଏଲରେ ଇତିହାସ ରଚିଲେ ଅଭିଷେକ ଶର୍ମା । ମାତ୍ର ୪୦ ବଲରେ ଶତକ ମାରି କଲେ ରେକର୍ଡ । ୧୪ ଚୌକା ଓ ୧୦ ଛକା ସହ ୧୪୧ ରନ କରିଛନ୍ତି । ଆଇପିଏଲରେ ପ୍ରଥମ ବ୍ୟକ୍ତିଗତ ଶତକ ମାରିଛନ୍ତି । ଭାରତୀୟ ଭାବେ ଆଇପିଏଲରେ ସର୍ବାଧିକ ରନ କରିବାର ରେକର୍ଡ କରିଛନ୍ତି ।

ଶତକ ମାରିବା ପରେ ଏକ ଚିଟ୍ ବାହାର କରି ଦେଖାଇଥିଲେ ଅଭିଷେକ । ଯେଉଁଥିରେ ଲେଖାଥିଲା THIS ONE IS FOR ORANGE ARMY ।

ଆଇପିଏଲରେ ସର୍ବାଧିକ ସ୍କୋର କରିବାର ରେକର୍ଡ କ୍ରିସ୍ ଗେଲଙ୍କ ନାଁରେ ରହିଛି । ସେ ୧୭୫ ରନ କରିଥିଲେ । ପଞ୍ଜାବ ବିପକ୍ଷରେ ଅଭିଷେକ ଶର୍ମାଙ୍କ ୧୪୧ ସ୍କୋର ଆଇପିଏଲରେ ଯେକୌଣସି ବ୍ୟାଟସମ୍ୟାନଙ୍କ ଦ୍ୱାରା ତୃତୀୟ ସର୍ବାଧିକ ସ୍କୋର । ୨୦୧୩ରେ କ୍ରିସ୍ ଗେଲଙ୍କ ୧୭୫* ଏବଂ ୨୦୦୮ରେ ବ୍ରେଣ୍ଡନ ମ୍ୟାକକୁଲମଙ୍କ ୧୫୮* ରନ୍ ପଛରେ ସେ ରହିଛନ୍ତି ।

ଅଭିଷେକଙ୍କ ୧୪୧ ରନ୍ ହେଉଛି ଆଇପିଏଲରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ବ୍ୟକ୍ତିଗତ ସ୍କୋର, ଯାହା ୨୦୨୦ରେ ଆରସିବି ବିପକ୍ଷରେ କେଏଲ ରାହୁଲଙ୍କ ୧୩୨* ରନ୍ ରେକର୍ଡ ପଛରେ ପକାଇଦେଇଛି । ମ୍ୟାଚ୍‌ ପରେ ଅଭିଷେକ ଯୁବରାଜ ସିଂହ ଓ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।

ଆଇପିଏଲର ୨୨ତମ୍ ଲିଗ୍ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ଦ୍ରାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ଦମଦାର ଆରମ୍ଭ କରିଥିଲା ଦଳ । ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିରନ ସିଂହ ୪ ଓଭରରେ ୬୬ ରନ କରିଥିଲେ । ଅଧିନାୟକ ଶ୍ରେୟସ ଆୟର ବିସ୍ଫୋରକ ବ୍ୟାଟିଂ କରି ସ୍କୋର ୨୦୦ ପାର କରାଇଥିଲେ । ୩୬ ବଲରେ ୮୨ ରନ୍‌ର ପାଳି ଖେଳିଥିଲେ । ଯେଉଁଥିରେ ୬ ଚୌକା ଓ ୬ ଛକା ସାମିଲ ଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ ୨୪୬ ରନର ଟାର୍ଗେଟ ରଖିଥିଲା ପଞ୍ଜାବ । ଅଭିଷେକ ଶର୍ମା ଧୂଆଁଧାର ଇନିଂସ ଖେଳିଥିଲେ । ୯ଟି ବଲ୍ ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ହାଇଦ୍ରାବାଦ ।

Also Read : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ