ଟି- 20 ବିଶ୍ୱକପ: ମଉଳିଲା ଭାରତର ସେମିଫାଇନାଲ ଆଶା, ନିଉଜିଲ୍ୟାଣ୍ଡଠାରୁ ହାରିଲା ଆଫଗାନିସ୍ତାନ

ଟି -20 ବିଶ୍ୱ କପରେ ଭାରତର ସେମିଫାଇନାଲକୁ ଯିବାର ସମସ୍ତ ଆଶା ମଉଳି ଯାଇଛି । ଆଜି ଅପରାହ୍ନରେ ନିଉଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ଉପରେ ଭାରତର ସେମିଫାଇନାଲକୁ ଯିବା ନିର୍ଭର କରୁଥିବା ବେଳେ ଶେଷରେ ସମସ୍ତ ବାଟ ବନ୍ଦ ହୋଇଛି । ଆଜିର ମ୍ୟାଚରେ ଆଫଗାନିସ୍ତାନ ପରାଜୟ ହେବା ପରେ ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ସେମିଫାଇନାଲରେ ଆଶା ମଉଳି ଯାଇଛି । ରବିବାର ଆଇସିସି ଟି-୨୦ ବିଶ୍ୱକପର ଗ୍ରୁପ୍-୨ର ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ୍କୁ ଯିବା ପାଇଁ ନିଜ ରାସ୍ତା ସ୍ଥିର କରିଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ଆଫଗାନିସ୍ତାନ ୭ ଵିକେଟ ୧୨୪ ରନ ସ୍କୋର କରିଥିବା ବେଳେ ଦ୍ଵିତୀୟ ବ୍ୟାଟିଙ୍ଗରେ ନିଉଜିଲ୍ୟାଣ୍ଡ ଦଳ ମାତ୍ର ୨ ଵିକେଟରେ ୧୨୫  ରନ ଟାର୍ଗେଟକୁ ପୁରା କରିଥିଲେ । ଆସନ୍ତା କାଲି ମ୍ୟାଚରେ ଭାରତ ନାମିବିଆକୁ ଭେଟିବ । ଅନ୍ୟପକ୍ଷରେ ଚଳିତ ଆଇସିସି ଟି-୨୦ ବିଶ୍ୱକପର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ସେମିଫାଇନାଲ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ।

ଆବୁ ଧାବିର ଶେଖ ଜାୟଦ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା । ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୮.୧ ଓଭରରେ ୨ ୱିକେଟ ହରାଇ ଏହି ସହଜ ଲକ୍ଷ୍ୟକୁ ହାସଲ କରିନେଇଛି । ନ୍ୟୁଜିଲ୍ୟାଣ୍ଡ ପାଇଁ କ୍ୟାପଟେନ୍ କେନ୍ ୱିଲିୟମସନ୍ ସର୍ବାଧିକ ୪୦ ଓ ଡେଭନ୍ କନୱେ ୩୫ ରନ୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.