ମ୍ୟାଚ୍‌ ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସଙ୍କୁ ପିଟିଲେ ଆଫଗାନିସ୍ତାନ ଫ୍ୟାନ୍ସ, ଭିଡିଓ ଭାଇରଲ

ଏସିଆ କପ୍‌ ୨୦୨୨ ସୁପର-୪ ମ୍ୟାଚରେ ବୁଧବାର ପାକିସ୍ତାନ ଟିମ୍‌ ଆଫଗାନିସ୍ତାନ ଟିମକୁ ହରାଇଛି। ପାକିସ୍ତାନ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‌ ହାରିବା ପରେ ଆଫଗାନିସ୍ତାନୀ ଫ୍ୟାନ୍ସ ରାଗରେ ପାକିସ୍ତାନୀ ଫ୍ୟାନ୍ସଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ମ୍ୟାଚ୍‌ ସରିବା ପରେ ଷ୍ଟାଣ୍ଡରେ ବସିଥିବା ଫ୍ୟାନ୍ସଙ୍କ ମଧ୍ୟ ହଙ୍ଗାମା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ଫ୍ୟାନ୍ସଙ୍କୁ ମାରିପିଟ୍‌ କରିଥିଲେ ଆଫଗାନୀ। ଯାହାର ଭିଡିଓ ଭାଇରଲ ହେଉଛି। କେବଳ ଏତିକି ନୁହେଁ, ଏହି ମ୍ୟାଚର ଶେଷ ଓଭର ଦୁଇ ଦେଶର ଖେଳାଳି ମଇଦାନରେ ମୁହାଁମୁହିଁ ହୋଇଥିଲେ।

ମ୍ୟାଚ୍‌ରେ ଶେଷ ଓଭର ପର୍ଯ୍ୟନ୍ତ ଖେଳ ରୋମାଞ୍ଚ ଭରା ରହିଥିଲା। ଖେଳାଳିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ଉତ୍ସାହିତ ରହିଥିଲେ। ଶେଷ ଓଭରରେ ପାକିସ୍ତାନ ମ୍ୟାଚ୍‌ ଜିତିଥିଲା। ଏହା ସରିବା ପରେ ଷ୍ଟାଣ୍ଡରେ ବସିଥିବା ଆଫଗାନିସ୍ତାନ ଫ୍ୟାନ୍ସଙ୍କୁ ଆକ୍ରମଣ କରିଥିଲେ ପାକିସ୍ତାନୀ ଫ୍ୟାନ୍ସ। ଯାହାଫଳରେ ଆଫଗାନି ଫ୍ୟାନ୍ସମାନେ ଷ୍ଟାଡିୟମ ଭିତରେ ଉତ୍ପାତ କରିଥିଲେ। ଏବଂ ପାକିସ୍ତାନୀ ଫ୍ୟାନ୍ସୁଙ୍କୁ ଚେୟାର ଓପାଡି ଫୋପାଡିଥିଲେ। ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଆଫଗାନିସ୍ତାନ ଫ୍ୟାନ୍ସ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛନ୍ତି।

ଏହାଛଡା ଷ୍ଟାଡିୟମ ବାହାରେ ବସିଥିବା ପାକିସ୍ତାନୀ ଫ୍ୟାନ୍ସଙ୍କ ଉପରେ ଆଫଗାନୀ ଲୋକ ଆକ୍ରମଣ କରିଥିଲେ। ସେମାନଙ୍କ ଉପରେ ମଧ୍ୟ ଚେୟାର ଫୋପାଡିଥିଲେ।

କେବଳ ଫ୍ୟାନ୍ସ ନୁହଁନ୍ତି ବରଂ ପାକିସ୍ତାନ ଟିମ୍‌ ଏବଂ ଆଫଗାନିସ୍ତାନ ଟିମର ଖେଳାଳି ପରସ୍ପର ମଧ୍ୟରେ ମଇଦାନରେ ଝଗଡା କରିଥିଲେ। ପାକିସ୍ତାନ ବ୍ୟାଟର ଆସିଫ ଅଲ୍ଲୀ ଆଫଗାନୀ ବୋଲର ଫରୀଦ ଅହମ୍ମଦଙ୍କ ବଲରେ ବଡ ସଟ୍‌ ଖେଳିବା ଚକ୍କରରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଏହାପରେ ଆସିଫ ଅଲ୍ଲୀଙ୍କ ଆକ୍ରାତ୍ମକ ଅନ୍ଦାଜରେ ଫରୀଦ ଅହମ୍ମଦଙ୍କ ଆଡକୁ ମାଡି ଆସିଥିଲେ।

ଏହାପରେ ଫରୀଦ ଅହମ୍ମଦ ଉତ୍ସବ ମନାଇବା ଅନ୍ଦାଜରେ ରାଗିଯିବାରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଆସିଫ ଅଲୀ ବ୍ୟାଟ ଦେଖାଇବା ସହିତ ଧକ୍କା ଦେଇଥିଲେ। ଆସିଫ ଅଲ୍ଲୀ ବ୍ୟାଟ ଉଠାଇବା ବେଳେ ଆଫଗାନିସ୍ତାନୀର ଅନ୍ୟ ଖେଳାଳି ଆସି ଏହାକୁ ରୋକିଥିଲେ। ଏହାର ଭିଡିଓ ମଧ୍ୟ ଭାଇରଲ ହୋଇଥିଲା।

ସୂଚନାଯୋଗ୍ୟ, ପାକିସ୍ତାନ ଆଫଗାନିସ୍ତାନଙ୍କ ହରାଇବା ପରେ ଭାରତର ଫାଇନାଲକୁ ଯିବା ଆଶା ମଉଳିଯାଇଛି। ମ୍ୟାଚରେ ଟସ୍ ହାରି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା। ଜବାବରେ ପାକିସ୍ତାନ ଲଢ଼ୁଆ ବ୍ୟାଟିଂ କରି ମାତ୍ର ୧ ୱିକେଟରେ ୧୯.୨ ବଲରେ ମ୍ୟାଚ୍ ଜିତି ନେଇଛି।

୧୩୦ ରନ୍ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା।  ବାବର ଆଜମ ଖାତା ଖୋଲିପାରି ନଥିଲେ। ସେହିପରି ଫକର ଜମାନ ୫ ରନ୍ ମୋହମ୍ମଦ ରିଜୱାନ ୨୦ ରନ୍ ଓ ଇଫ୍ତିଆର ଅହମଦ ୩୦ ରନ୍ କରିଥିବା ବେଳେ ଅସିଫ ଅଲୀ ୮ ବଲରେ ୧୬ ରନ୍ କରିଥିଲେ।

 

Also Read : ରବିନ୍ଦ୍ର ଜାଡେଜାଙ୍କ ଆଣ୍ଠୁ ସର୍ଜରୀ ସଫଳ, ବିଶ୍ୱକପ୍‌ ପାଇଁ ଖୁବଶୀଘ୍ର ମଇଦାନକୁ ଫେରିବେ

 

Leave A Reply

Your email address will not be published.