ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ ବିଦା କରିଛି ଆଫଗାନିସ୍ତାନ । ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବା ନେଇ ସମଗ୍ର ଦେଶରେ ବିଜୟ ଉତ୍ସବ ମନାଉଛନ୍ତି ଲୋକେ । ଫ୍ୟାନ୍ସଙ୍କ ସହିତ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଟିମର ପ୍ରଦର୍ଶନକୁ ନେଇ ଖୁସି ଏବଂ ଗର୍ବ ଅନୁଭବ କରୁଛନ୍ତି । ଆଫଗାନିସ୍ତାନ ଜିତିବା ପରେ ଅଧିନାୟକ ରାଶିଦ ଖାନଙ୍କୁ ସରପ୍ରାଇଜ ଭିଡିଓ କଲ୍‌ କରି ଶୁଭକାମନା ଦେଇଛନ୍ତି ।

ଆଫଗାନିସ୍ତାନ ଟିମ୍‌ ଚଳିତଥର ଆଇସିସି ଟି୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଛି । ଲିଗ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ସୁପର-୮ରେ ଅଷ୍ଟ୍ରେଲିଆକୁ ହରାଇ ବାଜିମାରିନେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନ ଟିମ ଟି୨୦ ବିଶ୍ୱକପ ମେସିଫାଇନାଲରେ ପ୍ରବେଶ କରିବା ପରେ ବୈଦେଶିକ ମନ୍ତ୍ରୀ ମଲଓ୍ଵୀ ଆମିର ଖାନ ମଧ୍ୟ ବେଶ୍‌ ଖୁସି ରହିଛନ୍ତି ।

ଆଫଗାନିସ୍ତାନ ଜିତିବା ପରେ ରାଶିଦ ଖାନ ଏବଂ ତାଙ୍କ ଟିମ୍‌କୁ ଶୁଭକାମନା ଜଣାଇଛନ୍ତି ଆମିର ଖାନ । ଭିଡିଓ କଲ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ରାଶିଦ ଖାନ ଆମିରଙ୍କ ସହିତ ୨ ମିନିଟର ଭିଡିଓ କଲ୍‌ କରିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ସୁପର ୮ରେ ଭାରତ ଠାରୁ ହାରିବା ପରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ହରାଇ ସବୁକିଛି ଓଲଟପାଲଟ କରିଦେଇଛି । ଏହାପରେ ବାଂଲାଦେଶ ବିପକ୍ଷରେ ରାଶିଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ । ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୧୫ ରନର ଟାର୍ଗେଟ ଦେଇଥିଲା ଟିମ୍‌ । ବର୍ଷା ଯୋଗୁ ବାଂଲଦେଶକୁ ୧୯ ଓଭରରେ ୧୧୪ ରନ୍‌ ଟାର୍ଗେଟ ମିଳିଥିଲା । କିନ୍ତୁ ବାଂଲାଦେଶ ମାତ୍ର ୧୦୫ ରନ୍‌ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲା ।