BAN vs AFG: ଆଫଗାନିସ୍ତାନର ସମସ୍ତ ଖେଳାଳି କୋଭିଡ ପଜିଟିଭ, ବନ୍ଦ ହୋଇପାରେ ମ୍ୟାଚ୍

ବାଂଲାଦେଶ-ଆଫଗାନିସ୍ତାନ ମଧ୍ୟରେ ଦିନିକିଆ ମ୍ୟାଚ୍‌ ପୂର୍ବରୁ ଆଫଗାନିସ୍ତାନ ଖେଳାଳିଙ୍କୁ ଏକ ବଡ ଧରଣର ଝଟ୍‌କା ଲାଗିିଛି । ଆଫଗାନିସ୍ତାନର ସମସ୍ତ ଖେଳାଳି ଏବେ କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି।୨୩-୨୮ ଫେବ୍ରୁଆରୀରେ ବାଂଲାଦେଶ-ଆଫଗାନିସ୍ତାନ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବାର ଥିଲା। ଏହା ପରେ ଉଭୟ ଟିମ୍‌ ମାର୍ଚ୍ଚରେ ଏକ ଦିବସୀୟ ମ୍ୟାଚ ଖେଳିବେ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ଏହି ମ୍ୟାଚ୍‌ ପୂର୍ବରୁ ଆଫଗାନିସ୍ତାନର ଖେଳାଳି କୋଭିଡ ପଜିଟିଭ ହୋଇଥିବା ସୂଚନା ମିଳିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆଫଗାନିସ୍ତାନ ଟିମ୍‌କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିପାଇଁ କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ ହୋଇପାରେ।

ଫେବ୍ରୁଆରୀ ୧୨ ରେ ଆଫଗାନିସ୍ତାନର ୨୨ଜଣିଆ ଟିମ୍‌ ଢାକାରେ ପହଞ୍ଚିଥିଲେ। ମଙ୍ଗଳବାରର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଆଫଗାନିସ୍ତାନ ଟିମ୍‌ର ୮ ଜଣ ସଦସ୍ୟ କୋଭିଡ ପଜିଟିଭ ହୋଇଛନ୍ତି। କିନ୍ତୁ ବୁଧବାର ବିସିବିର ଜଣେ ଅଧିକାରୀ କହିଛନ୍ତି ଯେ ଆଫଗାନିସ୍ତାନ ଟିମ୍‌ର ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଏଣୁ ଆଜିଠୁ ପୂରା ଟିମ୍‌ ଅଭ୍ୟାସ ମ୍ୟାଚ୍‌ ଖେଳିବେ।

ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚର କାର୍ଯ୍ୟସୂଚୀ:
୨୩ ଫେବ୍ରୁଆରୀ- ପ୍ରଥମ ଦିନିକିଆ ମ୍ୟାଚ୍‌ (ଜହୁର ଅହମଦ୍‌ ଚୌଧୁରୀ ଷ୍ଟାଡିୟମ, ଚଟ୍ଟଗ୍ରାମ୍‌)
୨୫ ଫେବ୍ରୁଆରୀ- ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ (ଜହୁର ଅହମଦ୍‌ ଚୌଧୁରୀ ଷ୍ଟାଡିୟମ, ଚଟ୍ଟଗ୍ରାମ୍‌)
୨୮ଫେବ୍ରୁଆରୀ- ତୃତୀୟ ଦିନିକିଆ ମ୍ୟାଚ୍‌ (ଜହୁର ଅହମଦ୍‌ ଚୌଧୁରୀ ଷ୍ଟାଡିୟମ, ଚଟ୍ଟଗ୍ରାମ୍‌)
୦୩ ମାର୍ଚ୍ଚ- ପ୍ରଥମ ଟି-୨୦ ମ୍ୟାଚ୍‌ (ଶେର୍‌-ଏ -ବଙ୍ଗଲା ଜାତୀୟ ଷ୍ଟାଡିୟମ, ଢାକା)
୦୪ ମାର୍ଚ୍ଚ- ଦ୍ୱିତୀୟ ଟି-୨୦ ମ୍ୟାଚ୍‌ (ଶେର୍‌-ଏ -ବଙ୍ଗଲା ଜାତୀୟ ଷ୍ଟାଡିୟମ, ଢାକା)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.