ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ଆଫଗାନିସ୍ତାନ ବିଜୟୀ

ଦୁବାଇ: ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି ଆଫଗାନିସ୍ତାନ କ୍ରିକେଟ ଦଳ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୫ ରନ୍‌ କରିଥିବାବେଳେ , ଆଫଗାନିସ୍ତାନ ଦଳ ୧୦.୧ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷେ ସର୍ବାଧିକ ୩୮ ଓ ଚମିକା କରୁଣାରତ୍ନେ ୩୧ ରନ୍‌ କରିଥିଲେ। ତେବେ ଦଳର ତିନି ଖେଳାଳି କୁସାଲ ମେଣ୍ଡିସ, ଦାସୁନ ସନକା ଓ ମହୀଶ ତୀକଶନା ଶୂନ୍ୟ ରନରେ ଆଉଟ ହୋଇଥିଲେ। ଯାହା ଫଳରେ ଏହି ଟିମ୍ ଛୋଟ ସ୍କୋର କରିଥିଲା।

ଅନ୍ଯପଟେ ଆଫଗାନିସ୍ତାନ ଦଳ ଜବରଦସ୍ତ ବୋଲିଂ, ଫିଲ୍ଡିଂ ସାଙ୍ଗକୁ ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା।  ଫାଜଲହକ୍‌ ଫାରୁକୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ମୁଜୀବ ଉର୍‌-ରହମାନ୍‌ ଓ ମହମ୍ମଦ ନବିଙ୍କୁ ୨ ଲେଖାଏଁ ୱିକେଟ ମିଳିଥିବା ‌ବେଳେ ନବୀନ ଉଲ୍‌-ହକ୍‌ ଗୋଟିଏ ୱିକେଟ ନେଇଥିଲେ।ସେହିପରି ବ୍ୟାଟିଂରେ ଆଫଗାନିସ୍ତାନ ପକ୍ଷରୁ ହଜରତୁଲ୍ଲା ଜାଜାଇ ନଟ୍ ଆଉଟ୍ ରହି ୩୭ କରିଥିବା ବେଳେ ରହମାନୁଲ୍ଲା ଗୁରୁବାଜ ସର୍ବାଧିକ ୪୦ ରନ୍‌ କରି ଆଉଟ ହୋଇଥିଲେ।  ଯାହାଦ୍ବାରା ଆଫଗାନିସ୍ତାନ ଦଳ ୮ ୱିକେଟରେ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.