ତିନି ସେମିଫାଇନାଲ୍‌ ଓ ତିନି ଫାଇନାଲ୍‌, ତଥାପି ଆଇପିଏଲ୍‌ ଟାଇଟଲ୍‌ ସ୍ୱପ୍ନ ପୂରଣ ହୋଇନି ଆର୍‌ସିବିର; କାରଣ କହିଲେ ବିରାଟ କୋହଲି

ବେଙ୍ଗାଲୁରୁ : ତିନି ଥର ଫାଇନାଲ୍‌ ଓ ତିନି ଥର ସେମିଫାଇନାଲ୍‌ ଖେଳିଛି ଆଇପିଏଲ୍‌ର ଅନ୍ୟତମ ଶକ୍ତିଶାଳୀ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହେଲେ ତରେ ବି ଟାଇଟଲ୍‌ ଜିତିବାକୁ ସମର୍ଥ ହୋଇନାହିଁ । ପୁଣି ଏହି ଟିମ୍‌ର ଅଧିନାୟକ ଅଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ତେବେ ଏହା ପଛର କାରଣ କଣ ସେ କଥା ନିଜେ କହିଛନ୍ତି କୋହଲି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆମର ଭୁଲ ନିଷ୍ପତ୍ତି ହିଁ ଆମକୁ ଆଇପିଏଲ୍‌ ଟ୍ରଫିରୁ ବଞ୍ଚିତ କରିଛି । ଆରସିବିର ଆପ୍‌ ଉନ୍ମୋଚନ ବେଳେ ବିରାଟଙ୍କ ସହ ଦଳର କୋଚ୍‌ ଗ୍ୟାରୀ କର୍ଷ୍ଟେନ ଓ ଆଶିଷ ନେହେରା ଉପସ୍ଥିତ ଥିଲେ । ଟିମ୍‌ର ଫ୍ୟାନ୍‌ମାନଙ୍କୁ ଏକାଠି କରିବା ଲାଗି ଏହି ଅପ୍‌ର ଶୁଭାରମ୍ଭ କରାଯାଇଛି ।

RCB
କୋହଲି କହିଛନ୍ତି, ଅନ୍ୟ ଦଳମାନଙ୍କ ନିଷ୍ପତ୍ତି ସଠିକ୍‌ ପ୍ରମାଣିତ ହୋଇଥିଲା ବେଳେ ଆମର ଭୁଲ ହୋଇ ଯାଉଛି । ତେବେ ଏତଥର ଆମେ ଟାଇଟଲ୍‌ ପାଖକୁ ଯାଇ ଫେଲ ମାରିଥିଲେ ମଧ୍ୟ ପ୍ରତି ଆପିଏଲ୍‌ ସିଜିନ୍‌ ପୂର୍ବରୁ ଆମେ ପୁଣି ନୂଆ ଉତ୍ସାହ ନେଇ ଖେଳିଥାଏ । ଏଥର ମଧ୍ୟ ସେହି ଯୋଶ୍‌ ରହିଛି ବୋଲି କୋହଲି କହିଛନ୍ତି ।
ଆସନ୍ତା ୨୩ ତାରିଖରୁ ଚଳିତ ବର୍ଷର ଆଇପିଏଲ୍‌ ସଂସ୍କରଣ ଆରମ୍ଭ ହେବ । ଚେନ୍ନାଇରେ ଘରୋଇ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଆରସିବି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.