ଆଇପିଏଲ ଟିମ ଉପରେ ସାଇବର ଆଟାକ୍, ଦିଲ୍ଲୀ କ୍ୟାପିଟାଲ୍ସ ପରେ ରାଜସ୍ଥାନ ରୟାଲ୍ସର ଟ୍ଵିଟର ଆକାଉଣ୍ଟ ହ୍ୟାକ୍
ଇଣ୍ଡିଆନ ପ୍ରିମିଅର ଲିଗ(IPL) ଟିମ୍ ଉପରେ ସାଇବର ଆଟାକ୍ ହୋଇଛି । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଟ୍ଵିଟର ଆକାଉଣ୍ଟ ଉପରେ ସାଇବର ଆଟାକ ହୋଇଥିବା ବେଳେ ଏହାର କିଛି ଘଣ୍ଟା ପରେ ରାଜସ୍ଥାନ ରୟାଲ୍ସର ଟ୍ଵିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି । ଦୁଇଟି ଯାକ ଟିମର ଆକାଉଣ୍ଟରେ ସନ୍ଦିଗ୍ଧ ଏବଂ ଗୁଜବ ଟ୍ଵିଟ୍ କରାଯାଇଛି । ଯାହାଦ୍ୱାରା ଫ୍ୟାନ୍ସଙ୍କ ମଧ୍ୟରେ ହଡକମ୍ପ ସୃଷ୍ଟି ହୋଇଛି ।
ଦିଲ୍ଲୀ କ୍ୟାପିଟାଲ୍ସର ଆକାଉଣ୍ଟ ହ୍ୟାକ୍ ହେବା ପରେ ରାଜସ୍ଥାନ ରୟାଲ୍ସର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ମଧ୍ୟ ସନ୍ଦିଗ୍ଧ ଲିଙ୍କ ସେୟାର କରାଯାଇଛି । ରେଡିୟମ ନାମକ କ୍ରିପ୍ଟୋକରେନ୍ସୀ ପ୍ଲାଟଫର୍ମ ସହିତ ଜଡିତ ଥିବା ଜଣାପଡିଛି । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଆକାଉଣ୍ଟରୁ ମଧ୍ୟ ସେୟାର କରାଯାଇଥିଲା । ଏହି ଘଟଣା ଦୁଇଟି ଯାକ ଫ୍ରାଞ୍ଚାଇଜ ଟିମ ଉପରେ ଏକାଭଳି ସାଇବର ଆଟାକ୍ ହୋଇଛି । ଏହା ଜାଣିବା ପରେ ଫ୍ୟାନ୍ସ ନିରାଶ ହୋଇଛନ୍ତି ।
ରାଜସ୍ଥାନ ରୟାଲ୍ସର ଆକାଉଣ୍ଟରୁ ଆଉ ଏକ ସନ୍ଦିଗ୍ଧ ପୋଷ୍ଟ ସେୟାର ହୋଇଛି, ଯେଉଁଥିରେ କ୍ରିପ୍ଟୋକରେନ୍ସୀ ସହିତ ଜଡିତ ଅପକମିଂ ଟ୍ଵିଟ୍ ଘୋଷଣା କରାଯାଇଛି । ଏହି ଟ୍ଵିଟ୍ ଦେଖଇ ତୁରନ୍ତ ପ୍ରଶଂସକ ହ୍ୟାକ୍ ହୋଇଥିବା ଜାଣିପାରୁଛନ୍ତି । ସୋସିଆଲ ମିଡିଆ ଫ୍ୟାନ୍ସ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଆଇପିଏଲ ଫ୍ରାଞ୍ଚାଇଜ ଖୁବଶୀଘ୍ର ନିଜ ଆକାଉଣ୍ଟକୁ ସୁରକ୍ଷିତ କରିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସର ଆକାଉଣ୍ଟ ହ୍ୟାକ ହେବା ଦ୍ୱାରା ଆଇପିଏଲ ଟିମର ସାଇବର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଏହି ଟିମର ସୋସିଆଲ ମିଡିଆ ଆକାଉଣ୍ଟରେ ଲକ୍ଷ ଲକ୍ଷ ଫଲୋୟର୍ସ । ଏମିତିରେ ହ୍ୟାକିଂ ଭଳି ଘଟଣା ଟିମକୁ କ୍ଷତି ପହଞ୍ଚାଉଛି । ଯାହା ପରେ ଟିମ୍ ପାଇଁ ବିପଦ ହୋଇପାରେ । ତେଣୁ ଏଭଳି ସ୍ଥିତିରେ ଫ୍ରାଞ୍ଚାଇଜ କିଭଳି ଘଟଣାରୁ ବଞ୍ଚିବ ପଦକ୍ଷେପ ନେଇପାରେ ।