ମା’ ଓ ଭଉଣୀଙ୍କୁ ହରାଇ ଭାଙ୍ଗିପଡିଛନ୍ତି ଏହି କ୍ରିକେଟର, ଟ୍ବିଟ୍ କରି ଘରେ ରହିବାକୁ ଦେଲେ ପରାମର୍ଶ

ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଉଭଣୀ ବତ୍ସଲା ଶିବକୁମାର କରୋନାରେ ପରଲୋକ ହୋଇଛି। ଗତ ଦୁଇ ସପ୍ତାହ ତଳେ ତାଙ୍କ ମା କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ୪୫ ବର୍ଷୀୟ ବତ୍ସଲା ଏବଂ ତାଙ୍କ ମା’ଙ୍କ ନିଧନ ପରେ ବେଦା ଭାଙ୍ଗିପଡିଛନ୍ତି।

ବେଦା ଟ୍ବିଟ୍ କରି ଲେଖିଛନ୍ତି, ବହୁତ ଦୁଃଖର ସହିତ କହିବାକୁ ପଡୁଛି ଯେ, କରୋନା ମୋ ପରିବାରକୁ ମୋଠାରୁ ଛଡାଇ ନେଇଛି। ଏହି ଘଟଣାରେ ମୁଁ ଭାଙ୍ଗି ପଡିଛି। ପ୍ରଥମେ ମା’ ଆଉ ତା ପରେ ମୋ ଭଉଣୀର ଜୀବନ ମାହାମାରୀ ନେଇ ଯାଇଛି। ଆପଣଙ୍କ ସହିତ ଏପରି ନ ହେଉ ତେଣୁ ନିଜ ପ୍ରିୟଜନଙ୍କ ସହିତ ଘରେ ସୁରକ୍ଷିତ ରୁହନ୍ତୁ।

ବେଦାଙ୍କ ଜୀବନରେ ତାଙ୍କ ଭଉଣୀ ବତ୍ସଲାଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବେଦା କ୍ରିକେଟର ହେବା ପଛରେ ଭଉଣୀ ବେଶ ଉତ୍ସାହିତ କରିଥିଲେ। ୨୦୦୩ରେ ବତ୍ସଲାଙ୍କ ସ୍ବାମୀ ଦୁର୍ଘଟଣା ମରିଯିବା ପରେ ୧୨ ବର୍ଷର ବେଦାକୁ ନେଇ ବେଙ୍ଗାଲୁରୁ ଆସିଥିଲେ ବତ୍ସଲା। ବେଦାଙ୍କୁ ବତ୍ସଲା ଅନ୍ତର୍ରାଷ୍ଟ୍ରୀୟ ଖେଳାଳି କରିବାରେ ସାହାଯ୍ଯ କରିଥିଲେ।

Leave A Reply

Your email address will not be published.