‘ମ୍ୟାଚ୍ ପୂର୍ବରୁ ମୋ ସହିତ କଫି ପିଇଥିଲେ ସୂର୍ଯ୍ୟକୁମାରଙ୍କ ଭଳି ଶତକ ମାରି ଥାଆନ୍ତ’, ମ୍ୟାଚ୍ରେ ଫ୍ଲପ୍ ହେବା ପରେ ଶ୍ରେୟସ୍ ଆୟରଙ୍କ ମଜା ଉଡ଼ାଇଲେ ଅଭିନେତ୍ରୀ

ଟିମ୍ ଇଣ୍ଡିଆ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬୫ ରନରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗରେ ରହିଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କୁ ନମ୍ବର ୪ରେ ବ୍ୟାଟିଂ ପାଇଁ ସୁଯୋଗ ଦିଆଯାଇଥିଲା, କିନ୍ତୁ ସେ ଫ୍ଲପ୍ ହୋଇଥିଲେ। ଶ୍ରେୟସ୍ ଆୟର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ।
ଶ୍ରେୟସ୍ ଆୟରଙ୍କ ଫ୍ଲପ୍ ବ୍ୟାଟିଂ ପରେ ଜଣେ ଅଭିନେତ୍ରୀ ତାଙ୍କର ଜୋର୍ଦାର ମଜାକ୍ ଉଡ଼ାଇଛନ୍ତି। ଅଭିନେତ୍ରୀ ତଥା ମଡେଲ ଅଶ୍ୱନୀ ଅହିର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶ୍ରେୟସ ଆୟରଙ୍କୁ ଟ୍ୟାଗ କରି ଏକ ଅଜବ ପ୍ରତିକ୍ରିୟା ଦେଇଛନ୍ତି, ଯାହା ଖୁବ୍ ଭାଇରାଲ ହେଉଛି। ବଲିଉଡ ଅଭିନେତ୍ରୀ ତଥା ମଡେଲ ଅଶ୍ୱନୀ ଅହିର ଇନ୍ଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଶ୍ରେୟସ ଆୟର ଯଦି ମ୍ୟାଚ ପୂର୍ବରୁ ମୋ ସହିତ କଫି ପିଇ ଥାଆନ୍ତେ, ତା’ ହେଲେ ସେ ବି SKY (ସୂର୍ଯ୍ୟକୁମାର ଯାଦବ)ଙ୍କ ଭଳି ଶତକ ମାରିଥାଆନ୍ତେ।
ଶ୍ରେୟସ୍ ଆୟରଙ୍କ ଉପରେ ଅଭିନେତ୍ରୀ ଅଶ୍ୱନୀ ଅହିରଙ୍କର ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫ୍ୟାନ୍ମାନେ ମଧ୍ୟ ଏହା ଉପରେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି। କହି ରଖୁଛୁ, ଧୁଅାଁଦାର ବ୍ୟାଟ୍ସମ୍ୟାନ୍ ସୁର୍ଯ୍ୟକୁମାର ଯାଦବ (ଅପରାଜିତ ୧୧୧)ଙ୍କ ଶତକ ଏବଂ ଦୀପକ ହୁଡାଙ୍କ ଘାତକ ବୋଲିଂ (୧୦ ରନ୍ରେ ୪ ଓ୍ଵିକେଟ୍) ଯୋଗୁ ଭାରତ, ନ୍ୟୁଜିଲାଣ୍ଡକୁ ରବିବାର ଦ୍ୱିତୀୟ ଟି୨୦ରେ ୬୫ ରନରେ ପରାସ୍ତ କରିଛି।

ସୂର୍ଯ୍ୟକୁମାର ଯାଦବ ହୋଇଥିଲେ ମ୍ୟାଚର ହିରୋ
ସୂର୍ଯ୍ୟକୁମାର ଯାଦବ ମ୍ୟାଚରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିଲେ, ସବୁଠାରୁ ବଲ୍ର ସମ୍ମାନ କରିଥିଲେ, ଅଧିକ ଚଉକା, ଛକା ମାରିଥିଲେ। ପୂରା ଇନିଂସରେ ସେ ଉଚ୍ଚତମ ଷ୍ଟ୍ରାଇକ୍ ହାର ରଖିଥିଲେ ଏବଂ ଅପରାଜିତ ମଧ୍ୟ ରହିଥିଲେ। ସେ ଏହି ମ୍ୟାଚ୍ରେ ପୂରାପୂରି ହେଭି ରହିଥିଲେ, ଯେଉଁଥିପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା। ସେପଟେ ଅଲରାଉଣ୍ଡର ଦୀପକ ହୁଡା ମଧ୍ୟ ଅନ୍ତିମ ଓଭରରେ ୩ ୱିକେଟ୍ ସମେତ ମୋଟ ୪ଟି ୱିକେଟ୍ ହାତେଇଥିଲେ।