ପୁଣି ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା, କୋହଲି ଏମିତି କି ଫଟୋ ଛାଡ଼ିଲେ କି ?
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଓ୍ଵିକେଟ୍ କିପର ମହେନ୍ଦ୍ର ସିଂହ ଧାନି ଖୁବ୍ ଶୀଘ୍ର କ୍ରିକେଟ୍ ଜଗତରୁ ଅବସର ନେଇ ପାରନ୍ତି । ଏ ସମ୍ପର୍କରେ ପରୋକ୍ଷରେ ସଂକେତ ଦେଇଛନ୍ତି ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ।
A game I can never forget. Special night. This man, made me run like in a fitness test 😄 @msdhoni 🇮🇳 pic.twitter.com/pzkr5zn4pG
— Virat Kohli (@imVkohli) September 12, 2019
ଇଂଲଣ୍ଡ ବିଶ୍ୱ କପ୍ ପରେ ଧୋନି ଆଉ ଭାରତୀୟ ଦଳରେ ଖେଳି ନାହାନ୍ତି । ସେ ନିଜକୁ ଦଳ ଠାରୁ ଦୂରେଇ ରଖିଛନ୍ତି । କାରଣ ଏହି ସମୟ ମଧ୍ୟରେ ସେ ଭାରତୀୟ ସେନାରେ ଯୋଗ ଦେଇ ଜମ୍ମୁ କଶ୍ମୀରରେ ତାଲିକ ନେଉଥିଲେ । ତାଙ୍କୁ ସେନାରେ ସମ୍ମାନ ସୂଚକ ଲେପ୍ଟନାଣ୍ଟ କର୍ଣ୍ଣେଲ ଉପାଧି ମିଳିଛି । ଦକ୍ଷିଣ ଆଫ୍ରିକା ସହ ଖେଳାଯିବାକୁ ଥିବା ଆଗାମୀ ଟି-୨୦ ସିରିଜ୍ ପାଇଁ ଘୋଷଣା କରାଯାଇଥିବା ଦଳରେ ମଧ୍ୟ ଧୋନି ନାହାନ୍ତି । ଅନ୍ୟପକ୍ଷରେ କୋହଲି ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଧୋନିଙ୍କ ସମ୍ପର୍କରେ କିଛି ପ୍ରଶଂସା ବାର୍ତ୍ତା ଲେଖିଛନ୍ତି । ତେଣୁ ଲାଗୁଛି ଧୋନି ଆଉ ଜାତୀୟ ଦଳକୁ ନଫେରି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଖୁବ୍ ଶୀଘ୍ର ଅବସର ନେଇଯିବେ । ଯଦିଓ କୋହଲି ସ୍ପଷ୍ଟ ଭାବେ କିଛି କହି ନାହାନ୍ତି । ତେବେ ଏହି ଫଟୋ ଆସିବା ପରେ ପୁଣି ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଏମିତିକି ଆଜି ସନ୍ଧ୍ୟାରେ ଧୋନି ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ବୋଲି ଖବର ପ୍ରଚାର ହୋଇଯାଇଛି । ତେବେ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ ଏହି ଖବରକୁ ଖଣ୍ଡନ କରି ଧୋନିଙ୍କ ସେଭଳି କିଛି ଯୋଜନା ନାହିଁ ବୋଲି କହିଛନ୍ତି ।