ଏସିଆନ୍ ଗେମ୍ସ : ସୁଟିଂରେ ସୌରଭଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ (କେନ୍ୟୁଜ୍) :ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ସୌରଭ ଚୌଧୁରୀ । ମାତ୍ର ୧୬ ବର୍ଷ ବୟସରେ ନିଜର ପ୍ରଥମ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ୧୦ ମିଟର ଏୟାର ପିସ୍ତଲରେ ସେ ଗୋଲ୍ଡ ମେଡାଲ ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ତିନିଟି ସ୍ୱର୍ଣ୍ଣ ପଦକ ସହ ମୋଟ୍ ୯ଟି ପଦକ ଜିତିଛି ଭାରତ ।

ସୁନା ଆଣିଲେ ସୌରଭ । ନିଜର ପ୍ରଥମ ଏସୀୟ କ୍ରୀଡାରେ ରଚିଲେ ଇତିହାସ । ମାତ୍ର ୧୬ ବର୍ଷ ବୟସରେ ଦେଶ ପାଇଁ ଆଣିଛନ୍ତି ଗୋଲ୍ଡ ମେଡାଲ । ୧୦ ମିଟର ଏୟାର ପିସ୍ତଲ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସୌରଭ ଚୌଧୁରୀ । ଫାଇନାଲ ମୁକାବିଲାରେ ୨୪୦.୭ ସ୍କୋର କରି ଶୀର୍ଷରେ ପହଞ୍ଚିବା ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲେ ସୌରଭ । ଏହି ସଫଳତା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଅଭିନନ୍ଦନ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୌରଭଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ସହ ଚାକିରି ଦେବାକୁ ଘୋଷଣା କରିଛନ୍ତି ।

ନିଶ୍ଚିତ ପଢ଼ନ୍ତୁ : ବିଜେପିରେ ଯୋଗ ଦେବେ ଗୌତମ୍ ଗମ୍ଭୀର ! ନୂଆଦିଲ୍ଲୀରୁ ଲଢିପାରନ୍ତି ନିର୍ବାଚନ

୧୦ ମିଟର ଏୟାର ପିସ୍ତଲ ବର୍ଗରେ ଅଭିଷେକ ବର୍ମା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୨୧୯.୩ ସ୍କୋର କରି ସେ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ୫୦ ମିଟର ରାଇଫଲରେ ସଞ୍ଜୀବ ରାଜପୁତଙ୍କୁ ରୌପ୍ୟ ପଦକ ମିଳିଛି । ସୌରଭଙ୍କ ପୂର୍ବରୁ କୁସ୍ତି ଯୋଦ୍ଧା ବୀନେଶ ଫୋଗତ ଓ କୁସ୍ତି ଫ୍ରି ଷ୍ଟାଇଲ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଥିଲେ ।