ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ପଦକ : ସୁଟର ଦୀପକ କୁମାରଙ୍କୁ ରୌପ୍ୟ

ନୂଆଦିଲ୍ଲୀ (କେନ୍ୟୁଜ୍) : ଜାକର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ପଦକ । ସୁଟିଂରେ ରୌପ୍ୟ ପଦକ ଜିତିଛନ୍ତି ସୁଟର ଦୀପକ କୁମାର । ପୁରୁଷ ୧୦ ମିଟର ଏୟାର ରାଇଫଲରେ ଦୀପକ ଏହି ସଫଳତା ହାସଲ କରିଛନ୍ତି । ୨୪୭ ଦଶମିକ ୭ ପଏଣ୍ଟ ପାଇ ଦୀପକ କୁମାର ରୈପ୍ୟ ଜିତିଥିବା ବେଳେ ଚୀନର ହେରେନ ୟଙ୍ଗ ୨୪୯ ଦଶମିକ ୧ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତେବେ ଏହି ବର୍ଗରେ ଭାରତର ରବି କୁମାର ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି । ଏହି ପଦକ ସହ ଏସିୟ କ୍ରୀଡାରେ ଭାରତ ଏପର୍ୟ୍ୟନ୍ତ ୩ଟି ପଦକ ଜିତିଛି । ପୂର୍ବରୁ କୁସ୍ତି ଫ୍ରି ଷ୍ଟାଇଲ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ୧୦ ମିଟର ଏୟାର ରାଇଫଲ୍ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସୁଟର୍ ଅପୂର୍ବୀ ଚାନ୍ଦେଲା ଓ ରବି କୁମାରଙ୍କ ଯୋଡି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।