ଥାଇଲାଣ୍ଡରେ ପୁଣି ଆରମ୍ଭ ହେଲା ବିପଦପୂର୍ଣ୍ଣ ରେସ୍‌କ୍ୟୁ ଅପରେସନ୍‌

Thailandଥାଇଲାଣ୍ଡ: ଥାଇଲାଣ୍ଡରେ ମିଶନ କେଭ୍‌ ରେସ୍‌କ୍ୟୁ । ଦୁଇ ଦିନରେ ଗୁମ୍ଫା ଭିତରୁ ୮ ଜଣ ଉଦ୍ଧାର । ଗତକାଲି ୪ ଜଣ ଓ ଆଜି ଆଉ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅନ୍ଧାରୀ ଗୁମ୍ଫା ଭିତରେ ଫସି ରହିଛନ୍ତି ୪ ଜଣ ବାଳକ ଓ ସେମାନଙ୍କର ଜଣେ କୋଚ୍‌ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ୯୦ ଜଣ ବିଶେଷଜ୍ଞ । ତେବେ ଆଜି ପାଇଁ ମିଶନ୍‌ କେଭ୍‌ ରେସ୍‌କ୍ୟୁକୁ ବନ୍ଦ ରଖାଯାଇଛି । ଆସନ୍ତାକାଲି ପୁଣି ଉଦ୍ଧାର ଅଭିଯାନ ଆରମ୍ଭ ହେବ ।

ଉଦ୍ଧାର କାର୍ୟ୍ୟରେ ୯୦ ଜଣ ଡ୍ରାଇଭର ବା ବୁଡ଼ାଳି ନିୟୋଜିତ ଅଛନ୍ତି। ତେବେ ଗତକାଲି ୧୮ ଜଣ ଡାଇଭର ଗୁମ୍ଫା ଭିତରକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ଥାଇଲାଣ୍ଡର ଓ ବାକି ୧୩ ଜଣ ଅନ୍ୟ ଦେଶର। ଉଦ୍ଧାର ହୋଇଥିବା ୪ ଜଣ ଏବେ ସୁସ୍ଥ ଅଛନ୍ତି। ପୂର୍ବରୁ କୁହାଯାଉଥିଲା, ଏହି ଲମ୍ବା ଗୁମ୍ଫାରୁ ବାଳକମାନଙ୍କୁ ଉଦ୍ଧାର କରିବା କାମ ତିନି ଚାରି ମାସ ସମୟ ଲାଗିବ। ଯାହାକୁ ନେଇ ଆଶଙ୍କା ବଢିଥିଲା। ତେବେ ଏବେ ୪ ଜଣଙ୍କୁ ଉଦ୍ଧାର କରାଯିବା ପରେ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗୁମ୍ଫା ଭିତରୁ ବାହାର କରାଯିବ।

Thailandଗତ ୨୩ ତାରିଖ ଦିନ ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ଖେଳ ସାରିବା ପରେ କୋଚଙ୍କ ସହ ଟେମଲୁଆଙ୍ଗ ଗୁମ୍ଫା ବୁଲିବାକୁ ଯାଇଥିଲେ। ପ୍ରବଳ ବର୍ଷା ହେବାରୁ ଗୁମ୍ଫାରେ ପାଣି ପଶି ଯାଇଥିଲା। ଫଳରେ ସମସ୍ତେ ଗୁମ୍ଫା ଭିତରେ ଫସି ଯାଇଥିଲେ। ସନ୍ଧାନ ପାଇଁ ନିୟୋଜିତ ହୋଇଥିଲେ ଆମେରିକା, ଚୀନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଆଦି ଦେଶର ବିଶେଷଜ୍ଞ। ନଅ ଦିନ ପରେ ପିଲାଙ୍କ ସନ୍ଧାନ ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ।

Leave A Reply

Your email address will not be published.