IPL ୨୦୨୨ ରେ ଏଣ୍ଟ୍ରି କରିପାରନ୍ତି ଏଜାଜ୍‌ ପଟେଲ, ସୁଯୋଗ ମିଳିଲେ ନିଶ୍ଚିତ ଖେଳିବେ ବୋଲି କହିଲେ ନ୍ୟୁଜିଲାଣ୍ଡ ସ୍ପିନର

ନିକଟରେ ଟେଷ୍ଟ କ୍ରିକେଟରେ ଗୋଟେ ଇନିଂସରେ ୧୦ଟି ଯାଜ ଓ୍ଵିକେଟ ନେଇ ଇତିହାସ ସୃଷ୍ଟି କରିଥିଲେ ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ। ଏବେ ଏଜାଜଙ୍କ ପ୍ରଶଂସାରେ ଲାଗିପଡିଛନ୍ତି ବିଶ୍ୱ କ୍ରିକେଟର ବଡ ବଡ ଖେଳାଳି। ସୋସିଆଲ ମିଡିଆରେ ତାଙ୍କ ଖେଳକୁ ନେଇ ଖୁବ୍‌ ପ୍ରଶଂସା କରାଯାଉଛି। ଗୋଟିଏ ଇନିଂସରେ ୧୦ଟି ଯାକ ଓ୍ବିକେଟ ନେବାରେ ସେ ହେଉଛନ୍ତି କ୍ରିକେଟ ଇତିହାସରେ ତୃତୀୟ ଖେଳାଳି ।

ଖବର ମୁତାବକ, ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ୨୦୨୨ରେ ଏଣ୍ଟ୍ରି କରିପାରନ୍ତି ଏଜାଜ୍‌ । ଏହାକୁ ନେଇ ଏଜାଜ କହିଛନ୍ତି କି, ଯଦି ଆଇପିଏଲ୍‌ ଖେଳିବାର ସୁଯୋଗ ମିଳେ, ତେବେ ନିଶ୍ଚିତ ଖେଳିବେ। ଏଜାଜ୍‌ ଏ ନେଇ ଗ୍ରୀନ ସିଗନାଲ ଦେଇସାରିଛନ୍ତି। ଆଇପିଲରେ ଦୁଇଟି ନୂଆ ଟିମ୍‌ ୨୦୨୨ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ମୁମ୍ବାଇରେ ଜନ୍ମ ଗ୍ରହଣ କରି ସେ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ଏବଂ ସେଠାରୁ ସେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ‘ଆଇପିଏଲରେ ଖେଳିବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ଯଦି ମୋତେ ଆଇପିଏଲରେ ଖେଳିବାକୁ ସୁଯୋଗ ମିଳେ ତେବେ ମୁଁ ନିଶ୍ଚୟ ଖେଳିବି ।’

‌ସେ ଆହୁରି ମଧ୍ୟ କହିଛନ୍ତି, ‘IPLକୁ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ସମସ୍ତେ ଖୁବ ପସନ୍ଦ କରନ୍ତି । ଦିନକୁ ଦିନ ଏହା ସାରା ବିଶ୍ବରେ ଲୋକପ୍ରିୟ ହେବାରେ ଲାଗିଛି । ଏଥିରେ ଖେଳିବାକୁ ସୁଯୋଗ ମିଳିଲେ ମୋ ପାଇଁ ବଡ କଥା ।’ ସୂଚନାଯୋଗ୍ୟ, ନିକଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ଏଜାଜ୍‌ ପଟେଲ ଟିମ୍‌ ଇଣ୍ଡିଆର ୧୦ଟି ଯାକ ଓ୍ଵିକେଟ ନେଇ ରେକର୍ଡ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.