ଯୋଗ ଦିବସରେ ଝିଅ ସହିତ ଯୋଗ କଲେ ଅଜିଙ୍କ୍ୟ ରାହାଣେ, ସେୟାର କଲେ ଭିଡିଓ

୨୧ ଜୁନ୍କୁ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଯୋଗ ଦିବସ ଅବସରରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାହାଣେ ତାଙ୍କ ଝିଅ ସହିତ ଯୋଗ କରୁଥିବାର ନଜର ଆସିଛନ୍ତି। ରାହାଣେଙ୍କ ବ୍ୟତୀତ ଅନେକ ଭାରତୀୟ କ୍ରିକେଟର ଯୋଗ ଦିବସର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ରାହାଣେଙ୍କ ବ୍ୟତୀତ ମିତାଲୀ ରାଜ, ହରଭଜନ ସିଂ, ଗୌତମ ଗମ୍ଭୀର, ଚେତେଶ୍ୱର ପୂଜାରା, ଭେଙ୍କେଟେଶ ପ୍ରସାଦ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି। ୨୧ ଜୁନ୍କୁ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ରାହାଣେଙ୍କ ଭିଡିଓ ଫ୍ୟାନ୍ସ ବେଶ୍ ପସନ୍ଦ କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେଉଛି।
View this post on Instagram
ସୂଚନାଯୋଗ୍ୟ, ୨୦୨୧-୨୨ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ ଜିତିଥିଲା। ଭାରତୀୟ ଟିମ୍ ଏହି ସିରିଜ ଜିତିବା ଉପରେ ଏକ ଡକ୍ୟୁମେଣ୍ଟ୍ରାରୀ କରାଯାଇଛି। ଯାହାର ନାମ ‘ବନ୍ଦୋ ମେଁ ଥା ଦମ୍’। ଏଥିରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ଦେଖାଯାଇଛି। ଏହାସହିତ କିଛି ଏପରି ଷ୍ଟୋରୀର ଖୁଲାସା କରାଯାଇଛି, ଯାହା କ୍ରିକେଟ ଫ୍ୟାନ୍ସଙ୍କୁ ଅଜଣା ଥିଲା।
୨୦୨୧ରେ ଖେଳାଯାଇଥିବା ୫ଟି ଟେଷ୍ଟ ମ୍ୟାଚ ସିରିଜିର ଶେଷ ମ୍ୟାଚ୍ ଭାବେ ଏହାକୁ ଗଣାଯିବ। ଯେଉଁଥିରେ ଇଂଲଣ୍ଡ ୨-୧ରେ ଆଗୁଆ ଥିଲା। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ପାଇଁ ମଧ୍ୟ ଯାତ୍ରା କରିଛନ୍ତି। ଆସନ୍ତକାଲି ରୋହିତ ପ୍ରାକ୍ଟିସ ସେସନରେ ଭାଗ ନେବେ। ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଥିବା ଟିମ୍ ଇଣ୍ଡିଆ ୨୪ ଜୁନରୁ ୨୭ ଜୁନ ପର୍ଯ୍ୟନ୍ତ ଲିସେଷ୍ଟରଶାୟର ବିପକ୍ଷରେ ୪ ଦିନିଆ ଅଭ୍ୟାସ ମ୍ୟାଚ ଖେଳିବ।
Out and about in London🏃🏃#TeamIndia pic.twitter.com/NtOmK2XbsV
— BCCI (@BCCI) June 17, 2022
ଟିମ୍ ଗସ୍ତ ପୂର୍ବରୁ ସମସ୍ତ ସଦସ୍ୟଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ଏଥିରେ ଅଶ୍ୱିନୀ ପଜିଟିଭ୍ ଥିବା ଜଣାପଡିଛି । ଯାହାପରେ ଏହି ଷ୍ଟାର୍ ସ୍ପିନରଙ୍କ ଗସ୍ତ ଉପରେ କଟକଣା ଲାଗିଥିଲା । କରୋନାରେ ସଂକ୍ରମିତ ହେବା ପରେ ଅଶ୍ୱିନୀ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି । ତେବେ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ କୋଭିଡରୁ ଅଶ୍ୱିନୀ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । କିନ୍ତୁ ଅଭ୍ୟାସ୍ ମ୍ୟାଚରୁ ବାଦ୍ ପଡିପାରନ୍ତି ଅଶ୍ୱିନୀ । ଟିମ୍ ଇଣ୍ଡିଆ ଜୁଲାଇରେ ୧ରେ ଇଂଲଣ୍ଡ ସହିତ ଭାରତର ଟେଷ୍ଟ ମୁକାବିଲା ରହିଛି । କୋଭିଡ କାରଣରୁ ବାକି ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳାଯିବ । ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।