କେକେଆର ନୂଆ ଅଧିନାୟକ ଅଜିଙ୍କ୍ୟ ରାହାଣେ ! ୧.୫ କୋଟିରେ କିଣିଛି କୋଲକତା
ଆଇପିଏଲ ୨୦୨୫ରେ ଅନେକ ଟିମର ଅଧିନାୟକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିବେ । କେକେଆର ପ୍ରାଞ୍ଚାଇଜ ପାଖରେ ଗତବର୍ଷର ଅଧିନାୟକ ଶ୍ରେୟସ ଆୟର ନଥିବାରୁ ଭେଙ୍କଟେଶ ଅଧିନାୟକ ହେବେ ବୋଲି କୁହାଯାଉଥିଲା । ହେଲେ ଭେଙ୍କଟେଶ ନୁହେଁ ବରଂ ଚଳିତ ସିଜିନରେ ଅଜିଙ୍କ୍ୟ ରାହାଣେଙ୍କୁ ଟିମର ଅଧିନାୟକ କରିପାରେ ।
୨୦୨୪ରେ ଚାମ୍ପିଅନ ହୋଇଥିବା କୋଲକାତା ନାଇଟ ରାଇଡର୍ସ(କେକେଆର) ମେଗା ନିଲାମରେ ଭେଙ୍କଟେଶ ଆୟରଙ୍କୁ ରେକର୍ଡ ୨୩.୭୫ କୋଟି ଟଙ୍କା ଦେଇ ପୁଣିଥରେ ନିଜ ସହ ସାମିଲ କରିଛି । କିନ୍ତୁ ଭେଙ୍କଟେଶ ଆୟର ନୁହନ୍ତି, ବରଂ କେକେଆର ମାତ୍ର ୧.୫ କୋଟି ଟଙ୍କାରେ କିଣିଥିବା ଖେଳାଳି ଅଜିଙ୍କ୍ୟ ରାହାଣେଙ୍କୁ ୨୦୨୫ ସିଜିନର ଅଧିନାୟକ କରିବ ବୋଲି ଚର୍ଚ୍ଚା ଚାଲିଛି ।
ରିପୋର୍ଟ ଅନୁସାରେ, ଟିମର ନେତୃତ୍ୱ ନେବା ଉଦ୍ଦେଶ୍ୟରେ ହିଁ କେକେଆର ତାଙ୍କୁ ପ୍ରାଞ୍ଚାଇଜ ବେସ ପ୍ରାଇସ ୧.୫ କୋଟିରେ କିଣିଛି। ପ୍ରଥମ ରାଉଣ୍ଡରେ ରାହାଣେଙ୍କୁ କେହି ବି କିଣିଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କେକେଆର କିଣିଛି । ଏବେ ରାହାଣେ କେକେଆରର ଅଧିନାୟକ ହେବେ ବୋଲି କୁହାଯାଉଛି ।
ରାହାଣେଙ୍କ ପାଖରେ ଅଧିନାୟକତ୍ବର ଅଭିଜ୍ଞତା ରହିଛି । ସେ ବିଭିନ୍ନ ଦଳର ନେତୃତ୍ୱ କ୍ରିକେଟର ଭିନ୍ନଭିନ୍ନ ଫର୍ମାଟରେ ନେଇଛନ୍ତି । ୨୦୧୮ ଓ ୨୦୧୯ରେ ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଭାବେ ଦାୟିତ୍ବ ନେଇଥିଲେ । ତେବେ ରାହାଣେ ଅଧିନାୟକ ଏବଂ ଭେଙ୍କଟେଶ ଉପଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।