ଇଂଲଣ୍ଡର ଘାତକ ବୋଲିଂ, ମୈଦାନରେ ଲହୁଲୁହାଣ କଙ୍ଗାରୁ ଦଳ . . . ପଟି ବନ୍ଧା ଖେଳାଳିଙ୍କୁ ଦେଖି ମନେ ପଡିଲା କୁମ୍ବଲେଙ୍କ କଥା

ଚାଲିଛି ବିଶ୍ବକପ୍ ଦ୍ବିତୀୟ ସେମିଫାଇନାଲ୍ । ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ପ୍ରଥମ ବଲ୍ରେ ଓକ୍ସଙ୍କୁ ଚୌକା ମାରି ଓ୍ଵାର୍ଣ୍ଣର୍ ଭଲ ଆରମ୍ଭ କରିଥିଲେ । ହେଲେ ଦ୍ୱିତୀୟ ଓଭର୍ର ପ୍ରଥମ ବଲରେ ଅଷ୍ଟ୍ରେଲିଆ ଅଧିନାୟକ ଅରୋନ୍ ଫିଞ୍ଚ୍ଙ୍କୁ ଏଲବିଡବଲ୍ୟୁ କରି ଦେଲେ ଜୋଫ୍ରା ଆର୍ଚର୍ । ଆଷ୍ଟ୍ରେଲିଆ ୪ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା । ଇଂଲଣ୍ଡ ତରଫରୁ ଜବରଦସ୍ତ ଆରମ୍ଭ କରିଛନ୍ତି ଜୋଫ୍ରା ଆର୍ଚର ଏବଂ କ୍ରିସ୍ ଓକ୍ସ । ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ସାମ୍ନାରେ ଘାଇଲା ହୋଇଛି କଙ୍ଗାରୁ ଟିମ୍ ।

alex careyତେବେ ଜ୍ରୋଫ୍ରାଙ୍କ ଏକ ବାଉନ୍ସର ବଲରେ ଲହୁଲୁହାଣ ହୋଇଛନ୍ତି ଅଷ୍ଟ୍ରେଲିଆର ଆଲେକ୍ସ କ୍ୟାରୀ । ଏହି ବଲରେ ଆଲେକ୍ସଙ୍କ ମୁଣ୍ଡରୁ ହେଲମେଟ୍ ବାହାରି ତଳେ ପଡିଯିବା ସହ ଥୋଡି ଫାଟି ରକ୍ତ ବାହାରୁଛି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ତେବେ ପଟି ଲଗାଇ ପୁଣି ଥରେ ମୈଦାନକୁ ଓହ୍ଲାଇଥିଲେ ଆଲେକ୍ସ ।

ଏହା ସହ ପଢନ୍ତୁ ଧୋନିଙ୍କୁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ନିବେଦନ; ଅବସର ନିଅ ନାହିଁ, ଦେଶକୁ ତୁମର ଆବଶ୍ୟକତା ଅଛି

ଅନ୍ୟପଟେ ଆଲେକ୍ସଙ୍କ ଏହି ଅବସ୍ଥା ଭାରତର ପୂର୍ବତନ କ୍ୟାପଟେନ୍ ଅନୀଲ କୁମ୍ବଲେଙ୍କ ୧୭ ବର୍ଷ ପୁରୁଣା କଥା ମନେ ପକାଇଛି । ୨୦୦୨ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳୁଥିବା ସମୟରେ ଅନୀଲଙ୍କ ମାଢି ଫାଟିଯାଇଥିଲା । ତଥାପି ପଟି ବାନ୍ଧି ମୈଦାନକୁ ଓହ୍ଲାଇଥିଲେ ଅନୀଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.