ହକି ବିଶ୍ୱକପର ଚତୁର୍ଥ ଦିନରେ ସରିଛି ସମସ୍ତ ୪ଟି ମ୍ୟାଚ୍‌: ପୁଲ୍‌-Aରେ ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍ସ ଓ ପୁଲ୍‌-Cର ଦୁଇଟି ମ୍ୟାଚ୍‌ରେ ନେଦରଲାଣ୍ଡସ ଏବଂ ମାଲେସିଆ ବିଜୟୀ

କେନ୍ୟୁଜ୍(ବ୍ୟୁରୋ): ହକି ବିଶ୍ୱକପର ଚତୁର୍ଥ ଦିନରେ ସରିଛି ସମସ୍ତ ୪ଟି ମ୍ୟାଚ୍‌ । ପୁଲ୍‌-Aରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଫ୍ରାନ୍ସ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଡ୍ର ହୋଇଛି । କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ ବେଶ ରୋମାଞ୍ଚକର ଥିଲା । ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ମଧ୍ୟରେ କଡ଼ା ଫାଇଟ୍‌ ହୋଇଥିଲା । ଉଭୟ ୩-୩ ଗୋଲ ଦେଇ ମ୍ୟାଚ୍‌ ଡ୍ର କରିଥିଲେ ।

ମ୍ୟାଚ୍‌ ଡ୍ର ପରେ ଉଭୟ ଦଳକୁ ୧ ପଏଣ୍ଟ ମିଳିଛି । ସେହିଭଳି ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୨-୧ ଗୋଲରେ ହରାଇ ବିଜୟୀ ହୋଇଛି ଫ୍ରାନ୍ସ । ତୃତୀୟ କ୍ୱାର୍ଟର ମଧ୍ୟରେ ଉଭୟ ଦଳ ୧-୧ରେ ବରାବର ଥିବା ସତ୍ତ୍ୱେ ଚତୁର୍ଥ କ୍ୱାର୍ଟରରେ ଫ୍ରାନ୍ସ ଅଧିନାୟକ ଚାରଲେଟ ଭିକ୍ଟରଙ୍କ ଦ୍ୱିତୀୟ ଗୋଲ ଦଳକୁ ବିଜୟୀ କରିଥିଲା । ସାଉଥ ଆଫ୍ରିକା ଦଳ ତରଫରୁ ବ୍ୟୁଚାମ୍ପ କୋନ୍ନର ହିଁ ଏକମାତ୍ର ଗୋଲ କରିଥିଲେ । ୪ ପଏଣ୍ଟ ସହ ପୋଲ-Aର ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ ଏବଂ ସମାନ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ଆର୍ଜେଣ୍ଟିନା ।

ସେହିଭଳି ରାଉରକେଲାରେ ଖେଳା ଯାଇଥିବା ପୁଲ୍‌-Cର ଦୁଇଟି ମ୍ୟାଚ୍‌ରେ ନେଦରଲାଣ୍ଡସ ଏବଂ ମାଲେସିଆ ବିଜୟୀ ହୋଇଛନ୍ତି । ନ୍ୟୁଜିଲାଣ୍ଡକୁ ୪-୦ ଗୋଲରେ ହରାଇଛି ନେଦରଲାଣ୍ଡସ୍‌ ।. ସେହିପରି ପ୍ରଥମ ମ୍ୟାଚ୍‌ରେ ଚିଲିକୁ ୨-୩ ଗୋଲ୍‌ରେ ହରାଇଥିଲା ମାଲେସିଆ । ଦୁଇଟି ଯାକ ମ୍ୟାଚ୍‌ ଜିତି ନେଦରଲାଣ୍ଡସ୍‌ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିଭଳି ନ୍ୟୁଜିଲାଣ୍ଡ ଗୋଟିଏ ମ୍ୟାଚ୍‌ ଜିତି ୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.