କ୍ରିକେଟ ଓ ଅନ୍ୟ ଖେଳରେ ବେଟିଂ ହେବ ଆଇନ ସମ୍ମତ ! ଲ’ କମିଶନଙ୍କ ସୁପାରିଶ

betting

ନୂଆଦିଲ୍ଲୀ : କ୍ରିକେଟ ଓ ଅନ୍ୟ ଖେଳରେ ବେଟିଂ ହେବ ଆଇନ ସମ୍ମତ । ଲ’ କମିଶନ ଏହି ସୁପାରିଶ କରିଛନ୍ତି । ତେବେ ଏହା ନିୟନ୍ତ୍ରିତ ହେବା ସହ ଟିକସଯୁକ୍ତ ହେବା ଦରକାର ବୋଲି ଲ’ କମିଶନ କହିଛନ୍ତି । ଏସମ୍ପର୍କିତ ସୁପାରିଶରେ ଉଲ୍ଲେଖ ରହିଛି ଯେ, ବେଟିଂ ଆଇନ ସମ୍ମତ ହେଲେ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଇବ । ବୈଦେଶିକ ମୁଦ୍ରା ବିନିମୟ ଆଇନ ଓ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆଇନରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏଥିସହିତ ବେଟିଂ ଓ ଜୁଆରେ ସଂପୃକ୍ତ ବ୍ୟକ୍ତି ଅର୍ଥ ନେଣଦେଣ ପାଇଁ ଆଧାର ଓ ପ୍ୟାନ୍‌ ସଂଯୋଗ କରିବେ । ସମସ୍ତ କାରବାର କ୍ୟାସଲେସ୍‌ ହେବ । ଫଳରେ ବେଆଇନ ଅର୍ଥ ହେରଫେରକୁ ରୋକା ଯାଇପାରିବ । ବେଟିଂ ଓ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ ସଂସଦ ଆଇନ ପ୍ରଣୟ କରିପାରେ । ଯାହାକୁ ରାଜ୍ୟଗୁଡ଼ିକ ଲାଗୁ କରିପାରିବେ । ନଚେତ୍‌ ସଂସଦ ସମ୍ବିଧାନର ଧାରା ୨୪୯ କିମ୍ବା ୨୫୨ ଅନୁସାରେ ଏହାର କ୍ଷମତା ଉପଯୋଗ କରି ଆଇନ ପ୍ରଣୟନ କରିପାରିବ ବୋଲି ଲ’ କମିଶନ ସୁପାରିଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.