ପ୍ୟାରିସ ଅଲିମ୍ପିକ୍ସ : ୫୭ କିଲୋ ଫ୍ରିଷ୍ଟାଇଲ ସେମିରେ ପହଞ୍ଚିଲେ ଅମନ ସେରାଓ୍ଵତ

ଭିନେଶ ଫୋଗାଟ ଅଯୋଗ୍ୟ ଘୋଷାଣା ହେବା ପରେ ରେସଲିଂ ସହ ଜଡ଼ିତ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଛି । ହେଲେ ଭାରତୀୟ ରେସଲିଂ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ମିଳିଛି । ପୁରୁଷ ରେସଲିଂର ୫୭ କେଜି ବର୍ଗ ସେମିରେ ପହଞ୍ଚିଛନ୍ତି ଭାରତର ଅମନ ସେରାୱତ । ସେ କ୍ୱାର୍ଟର ଫାଇନାଲରେ ଆଲବାନିଆର ଜେଲିମଖାନ ଆବାକାରୋଭଙ୍କୁ ଏକତରଫା ଭାବେ ୧୨-୦ରେ ପରାସ୍ତ କରିଛନ୍ତି ।

ପ୍ରି-କ୍ୱାର୍ଟର ଫାଇନାଲରେ ଅମନଙ୍କ ମୁକାବିଲା ଉତ୍ତର ମାକେଡୋନିଆର ଭ୍ଲାଦିମିର ଇଗୋରୋଭଙ୍କ ସହ ହୋଇଥିଲା । ଏହି ମ୍ୟାଚକୁ ଅମନ ଏକତରଫା ଭାବେ ୧୦-୦ରେ ଜିତି ନେଇଥିଲେ ।

ସେମି ଫାଇନାଲରେ ତାଙ୍କର ମୁକାବିଲା ୫୭ କେଜିରେ ବିଶ୍ୱର ୧ନଂ ଖେଳାଳି ଜାପାନର ରେଇ ହିଗୁଚିଙ୍କ ସହ ହେବ । ଏହି ମ୍ୟାଚ ରାତି ୯.୪୫ରେ ଖେଳାଯିବ । ଏବେ ଅମନ ଭାରତ ପାଇଁ ପଦକ ଜିତିବା ଠାରୁ କେବଳ ଗୋଟିଏ ବିଜୟ ଦୂରରେ ରହିଛନ୍ତି ।

ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ରେସଲିଂରେ ସ୍ୱର୍ଣ୍ଣ ପଦକ ଆଶା କରାଯାଉଥିଲା । କିନ୍ତୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷଣା ହୋଇଥିଲେ ଭିନେଶ ଫୋଗାଟ । ଏହାପରେ କୁସ୍ତିରୁ ସନ୍ନ୍ୟାସ ନେଇଥିଲେ ଭିନେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.