ରାଇନାଙ୍କ ସ୍ଥାନ ନେଇପାରନ୍ତି ରାୟୁଡୁ ! ଏମିତି ଚାଲିଛି ଚର୍ଚ୍ଚା

ଆଇପିଏଲରୁ ରାଇନା ଓହରିବା ପରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସକେ) ଦଳରେ ତାଙ୍କ ସ୍ଥାନ କିଏ ନେବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଥିଲା ବେଳେ ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ସ୍କଟ ଷ୍ଟାଇରିସ ବିକଳ୍ପ କଥା କହିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ହିଁ ରାଇନାଙ୍କ ସ୍ଥାନ ନେଇପାରିବେ ବୋଲି ଷ୍ଟାଇରିସ ଆଶାବ୍ୟକ୍ତ କରିଛନ୍ତି।

ରାୟୁଡୁ ଆଇପିଏଲ୍-୨୦୧୮ରେ ସିଏସକେ ପକ୍ଷରୁ ଖେଳି ୧୪୯.୭୫ ହାରରେ ୬୦୨ ରନ୍ ସଂଗ୍ରହ କରିଥିଲେ। ଏହି ପ୍ରଦର୍ଶନ ଯୋଗୁଁ ସେ ଭାରତୀୟ ଏକଦିବସୀୟ ଦଳରେ ସ୍ଥାନ ପାଇଥିଲେ। ସେ ୩ ନମ୍ବର ସ୍ଥାନ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ୨ ବର୍ଷ ତଳେ ସିଏସକେ ପକ୍ଷରୁ ଓପନିଂ କରିଥିଲେ। ମୋର ବ୍ୟକ୍ତିଗତ ମତ ହେଉଛି, ୩ ନମ୍ବର ସ୍ଥାନ ଲାଗି ରାୟୁଡ଼ୁ ଯୋଗ୍ୟ। ସେ ହିଁ ରାଇନାଙ୍କ ସ୍ଥାନ ନେଇପାରିବେ। ଧୋନିଙ୍କ ନେତୃତ୍ବରେ ଦଳ ସନ୍ତୁଳନ ରହିଛି। ରାଇନା ଓ ହରଭଜନ ସିଂହ ନ ରହିଲେ ମଧ୍ୟ ଏହା ଦଳ ଉପରେ ବଡ଼ ଧରଣ ପ୍ରଭାବ ପକାଇ ପାରିବନି ବୋଲି ଷ୍ଟାଇରିସ କହିଛନ୍ତି।

Leave A Reply

Your email address will not be published.