‘ସେ ଏମିତି ଛାଡିକି ଯାଇ ପାରିବେ ନାହିଁ’, ଧୋନିଙ୍କୁ ନେଇ ଏଭଳି କହିଲେ ଅମ୍ବାତି ରାୟୁଡୁ

ଧୋନି ଆଗାମୀ ଆଇପିଏଲ୍‌ ସିଜିନ ଖେଳିପାରନ୍ତି ବୋଲି ଅମ୍ବାତୀ ରାୟୁଡୁ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୋତେ ଲାଗୁନି କି ଧୋନିଙ୍କର ଏହା ଶେଷ ମ୍ୟାଚ । ସେ ଏଭଳି ନିଜ କ୍ୟାରିଅର ଶେଷ କରିପାରିବେ ନାହିଁ । ସେ ନିଶ୍ଚିତ ଆଗାମୀ ସିଜନ ଖେଳିବେ । ଧୋନି ଆଉଟ ହେବା ବେଳେ ବହୁତ ନିରାଶ ଥିଲେ । ଏହା ଧୋନିଙ୍କ ଅନ୍ଦାଜ ନୁହେଁ ।

ଶନିବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ମ୍ୟାଚ ହାରିଛି ଚେନ୍ନାଇ ସୁପର କିଙ୍ଗସ । ଏହି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲରୁ ବିଦା ହୋଇଛି । ତେବେ ଏହି ମ୍ୟାଚରେ ହିଁ ଧୋନିଙ୍କ କ୍ୟାରିଅର ଶେଷ ହୋଇଛି ବୋଲି ଅନେକ ଫ୍ୟାନ୍ସ ଆକଳନ କରୁଛନ୍ତି । ଏହାପରେ ତାଙ୍କୁ ଆଉ କ୍ରିକେଟ ମଇଦାନରେ ଖେଳାଳି ଭାବେ ଦେଖିବାକୁ ମିଳିବ ନାହିଁ ।

ତେବେ ଧୋନି ଆଗାମୀ ଆଇପିଏଲ୍‌ ସିଜିନ ଖେଳିପାରନ୍ତି ବୋଲି ଅମ୍ବାତୀ ରାୟୁଡୁ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୋତେ ଲାଗୁନି କି ଧୋନିଙ୍କର ଏହା ଶେଷ ମ୍ୟାଚ । ସେ ଏଭଳି ନିଜ କ୍ୟାରିଅର ଶେଷ କରିପାରିବେ ନାହିଁ । ସେ ନିଶ୍ଚିତ ଆଗାମୀ ସିଜନ ଖେଳିବେ । ଧୋନି ଆଉଟ ହେବା ବେଳେ ବହୁତ ନିରାଶ ଥିଲେ । ଏହା ଧୋନିଙ୍କ ଅନ୍ଦାଜ ନୁହେଁ । ସେ ନିଜ ଟିମକୁ କ୍ୱାଲିଫାଏ କରି ନିଜ କ୍ୟାରିଅରରୁ ଅଲବିଦା କହିବେ ।

ତେବେ ଧୋନିଙ୍କ ଅଧିନାୟକତ୍ୱରେ ଖେଳିଥିବା ମାଥ୍ୟୁ ହେଡେନ କହିଛନ୍ତି, ଜଣେ ଅଧିନାୟକ ଭାବେ ସେ ଚେନ୍ନାଇ ସୁପରକିଙ୍ଗସର ଥାଲା । ନିଜର ବୁଦ୍ଧି ଏବଂ କ୍ରିକେଟର ସମସ୍ତ ଜ୍ଞାନକୁ ଭଲ ଭାବେ ବ୍ୟବହାର କରନ୍ତି । ଏପର୍ଯ୍ୟନ୍ତ ଆଇପିଏଲରେ ସବୁଠାରୁ ବଡ ଆକର୍ଷଣ । ତାଙ୍କ ଯୋଗୁଁ ପ୍ରତ୍ୟେକ ଷ୍ଟାଡିୟମରେ ଅଧିକ ସଂଖ୍ୟାରେ ଫ୍ୟାନ୍ସ ପହଞ୍ଚୁଛନ୍ତି । ତେବେ ଧୋନି ଆଗାମୀ ସିଜିନରେ ସିଏସକେର ମେଣ୍ଟର ଭାବେ ନଜର ଆସିପାରନ୍ତି ।  ମୋତେ ଲାଗୁଛି କି, ଧୋନି ତାଙ୍କ କ୍ୟାରିଅର ଶେଷ ମ୍ୟାଚ ଖେଳିସାରିଛନ୍ତି । ତେବେ ଯଦି ସେ ସିଏସକେର ମାର୍ଗଦର୍ଶନ କରିବେ ନାହିଁ କି ଏହାର ଅଂଶ ରହିବେନି, ତାହାଲେ ଆଶ୍ଚର୍ଯ୍ୟ ଲାଗିବ ।

ନିଜର ଶେଷ ମ୍ୟାଚରେ ଧୋନୀ ୧୩ ବଲରେ ୨୫ ରନ କରିଥିଲେ । ସିଏସକେ ବିଜୟ ପାଇଁ ୨୧୯ ରନ ଟାର୍ଗେଟକୁ ପିଛା କରି ୨୦୧ ରନ୍‌ କରିଥିଲେ ପ୍ଲେ ଅଫରେ ଏଣ୍ଟ୍ରି କରିଥାନ୍ତି, କିନ୍ତୁ ଟିମ ୭ ଓ୍ଵିକେଟ ହରାଇ ୧୯୧ ରନ୍‌ କରିପାରିଥିଲା । ଚଳିତ ସିଜିନରେ ଧୋନିଙ୍କ ଷ୍ଟ୍ରାଇକ ରେଟ ୨୨୦.୫୫ ରହିଥିଲା ।

You might also like