ଇତିହାସ ରଚିଲେ ବକ୍ସର ଅମିତ ପଘାଂଲ, ଓ୍ଵାର୍ଲ୍ଡ ବକ୍ସିଂ ଚାମ୍ପିୟନସିପର ୫୨ କେଜି ବର୍ଗରେ ପହଁଚିଲେ ଫାଇନାଲରେ
ଇତିହାସ ରଚିଲେ ବକ୍ସର ଅମିତ ପଘାଂଲ। ଏସିୟାନ ଚାମ୍ପିୟାନ ଅମିତ ପଘାଂଲ ଓ୍ଵାର୍ଲ୍ଡ ବକ୍ସିଂ ଚାମ୍ପିୟନସିପର ୫୨ କେଜି ବର୍ଗରେ ଫାଇନାଲରେ ହଞ୍ଚିଛନ୍ତି। ଅନ୍ତିମ ୪ ମୁକାବିଲାରେ କଜାଖସ୍ତାନର ସାକେନ ବିବୋସିନୋଭଙ୍କୁ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି। ଅମିତ ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ ଓ୍ଵାର୍ଲ୍ଡ ଚାମ୍ପିୟନସିପର ଫାଇନାଲରେ ସ୍ଥାନ ପାଇଛନ୍ତି। ସେମିଫାଇନାଲରେ ଜିତି ଅମିତ ନିଜ ନାଁରେ ବ୍ରୋଞ୍ଚ ପଦକ ପକ୍କା କରିଛନ୍ତି। ଆସନ୍ତାକାଲି ଫାଇନାଲରେ ସେ ସ୍ୱର୍ଣ୍ଣ ପାଇଁ ଲଢିବେ।