ଆର୍ଜେଣ୍ଟିନା ଜିତିବା ପରେ ମେସି ପାଇଁ ଇମୋସନାଲ ପୋଷ୍ଟ କଲେ ପତ୍ନୀ ଏଣ୍ଟୋନେଲା, ଶେଷରେ ତୁମେ ଚାମ୍ପିଅନ ହୋଇଗଲ…

ଫିଫା ୨୦୨୨ ବିଶ୍ୱକପ ଆର୍ଜେଣ୍ଟିନା ଜିତିନେଇଛି। ଗତଥରର ଛାମ୍ପିଅନ ଫ୍ୟାନ୍ସକୁ ହରାଇ ବିଶ୍ୱକପ ଜିତିଛି ଆର୍ଜେଣ୍ଟିନା। ପେନାଲିଟି ସୁଟଆଉଟରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ୪-୨ରେ ହରାଇଥିଲା। ଫ୍ରାନ୍ସର ସ୍ୱପ୍ନକୁ ଧୂଳିସାତ କରି ୩୬ ବର୍ଷ ପରେ ପୁଣି ଫୁଟବଲ ବିଶ୍ୱକପ ଜିତିଛି ଆର୍ଜେଣ୍ଟିନା । ୩୫ ବର୍ଷୀୟ ଲିଓନେଲ ମେସି ଫିଫା ବିଶ୍ୱକପ ଜିତିବା ପରେ ନିଜର ସ୍ୱପ୍ନକୁ ପୂରଣ କରିଛନ୍ତି । ଆର୍ଜେଣ୍ଟିନା ଜିତିବା ପରେ ମେସିଙ୍କ ପାଇଁ ସ୍ପେଶାଲ ମେସେଜ ଲେଖିଛନ୍ତି ଏଣ୍ଟୋନେଲା ରୋକୁଜୋ ।

ମେସିଙ୍କୁ ପତ୍ନୀ ଲେଖିଛନ୍ତି, ଚାମ୍ପିଅନ୍ସ ! ମୁଁ ଜାଣିନାହିଁ କଥା କେଉଁଠାରୁ ଆରମ୍ଭ କରିବି । ମୁଁ ତୁମକୁ ନେଇ ଗର୍ବିତ । ଆଉ ଧନ୍ୟବାଦ… ଜୀବନରେ କେବେ ବି ହାର ନ ମାନିବା ଶିଖାଇଥିବାରୁ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢିବା ଶିଖାଇଛ । ମୁଁ ଜାଣିଛି, ତୁମେ କେତେ ସଂଘର୍ଷ କରିଛ, କିନ୍ତୁ ତୁମେ ଯାହା ପାଇବା କଥା ପାଇଗଲ : ଆର୍ଜେଣ୍ଟିନା….

 

View this post on Instagram

 

A post shared by Antonela Roccuzzo (@antonelaroccuzzo)

ମେସି ଶେଷ ଥର ପାଇଁ ଫିଫା ବିଶ୍ୱକପରେ ଭାଗ ନେଇଥିଲେ। ଫ୍ରାନ୍ସ ଫାଇନାଲରେ ହାରିବା ପରେ ମେସି ନିଜ ପରିବାର ସହିତ ଷ୍ଟାଡିୟମରେ ସେଲିବ୍ରେସନ କରୁଥିବାର ନଜର ଆସିଥିଲେ । ମେସିଙ୍କ ପତ୍ନୀ ସହିତ ପିଲାମାନେ ସେଲିବ୍ରେସନ କରୁଥିବାର ନଜର ଆସିଥିଲେ। ଏକାସାଥିରେ ଷ୍ଟାଡିୟମରେ ବିଶ୍ୱକପ ଟ୍ରଫିସହିତ ସେଲିବ୍ରେସନ କରିଥିଲେ ।ଏହାସହିତ ମେସିଙ୍କ ପତ୍ନୀ ମଧ୍ୟ ଟ୍ରଫିକୁ କିସ୍‌ କରୁଥିବାର ନଜର ଆସିଥିଲେ ।

ମେସି ଏବଂ ଏଣ୍ଟୋଲିଆଙ୍କ ସଂପର୍କ ଛୋଟ ବେଳର । ଦୁହଁଙ୍କ ବୟସ ୫ ବର୍ଷ ରହିଥିବା ବେଳେ ପରସ୍ପରକୁ ଜାଣିଥିଲେ। ସେମାନେ ପ୍ରଥମରୁ ସାଙ୍ଗ ହୋଇ ରହିଥିଲେ ମଧ୍ୟ କିଛି ସମୟ ପାଇଁ ଅଲଗା ହୋଇ ରହିଥିଲେ । ୨୦୦୪ରେ ହୋଇଥିବା ଦୁର୍ଘଟଣା ଯୋଗୁଁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ । ସେବେ ଠାରୁ ଦୁହେଁ ଏକାଠି ରହିଛନ୍ତି ।

ମେସି ଏବଂ ଏଣ୍ଟୋନେଲା ୨୦୦୯ରେ ନିଜ ସଂପର୍କ ବିଷୟରେ ଖୁଲାସା କରିଥିଲେ । ୨୦୧୨ରେ ପ୍ରଥମ ସନ୍ତାନ ହେବା ପରେ ୨୦୧୭ରେ ଅଫିସିଆଲ ଭାବେ ବିବାହ କରିଥିଲେ । ଏବେ ତାଙ୍କର ୩ଟି ସନ୍ତାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.