ଆର୍‌ସିବିର ବିଜୟରେ କାନ୍ଦି ପକାଇଲେ ଅନୁଷ୍କା, ବିରାଟ କୋହଲି ମଧ୍ୟ ଅଟକାଇ ପାରି ନ ଥିଲେ ନିଜ ଆଖିର ଲୁହ

୨୦୨୪ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସକୁ ୨୭ ରନ୍‌ରେ ହରାଇ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ ଦେଖିବା ପାଇଁ ଅନୁଷ୍କା ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

୨୦୨୪ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୨୭ ରନ୍‌ରେ ହରାଇ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଅନୁଷ୍କା ଶର୍ମା ମଧ୍ୟ ନିଜ ସ୍ୱାମୀ ବିରାଟ କୋହଲି ଏବଂ ଟିମ୍‌କୁ ଚିୟର୍‌ କରିବା ପାଇଁ ଉପସ୍ଥିତ ଥିଲେ ।

ଯେତେବେଳେ ଆର୍‌ସିବି ମ୍ୟାଚ୍ ଜିତିଥିଲା, ସେତେବେଳେ ଅନୁଷ୍କା ଓ ବିରାଟ ଉଭୟ ଭାବପ୍ରବଣ ହୋଇଯାଇଥିଲେ । କେବଳ ଏତିକି ନୁହେଁ, ଏହି ବିଶେଷ ମୁହୂର୍ତ୍ତରେ କପଲ୍‌ ସେମାନଙ୍କ ଆଖିର ଲୁହକୁ ମଧ୍ୟ ଅଟକାଇ ପାରି ନ ଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି, ସେଥିରେ ଅନୁଷ୍କା ଶର୍ମା ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳୁଛି ।

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ ଚଳିତ ସିଜନରେ ନିଜର ୭୦୦ ରନ୍ ମଧ୍ୟ ପୂରଣ କରିନେଇଛନ୍ତି । ତେବେ ବିରାଟ କୋହଲିଙ୍କୁ ଜିତିବାର ଦେଖି ଅନୁଷ୍କାଙ୍କ ଖୁସିର ସୀମା ରହି ନ ଥିଲା ଏବଂ ସେ ନିଜ ସିଟ୍‌ରେ ଠିଆ ହୋଇ ତାଳି ମାରିବା ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଖୁସିର ଏହି ମୁହୂର୍ତ୍ତରେ ବିରାଟଙ୍କ ଆଖି ମଧ୍ୟ ଲୁହରେ ଭରିଯାଇଥିଲା ।

ଚେନ୍ନାଇ ସୁପର କିଙ୍ଗ୍ସକୁ ବିଦାୟର ରାସ୍ତା ଦେଖାଇ ଅପ୍ରତ୍ୟାଶିତ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରିଛି । ଆର୍‌ସିବି ୨୧୮ ରନ କରିନେବା ପରେ ସିଏସ୍‌କେକୁ ୧୯୧ ରନରେ ରୋକି ନେଇଥିଲା । ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚି ଯିବାରୁ ଉନ୍ନତ ଏନଆରଆର ବଳରେ ଆର୍‌ସିବି ପ୍ଲେ ଅଫ୍ ଚତୁର୍ଥ ସ୍ଥାନଟି ଦଖଲ କରିଥିଲା ।

ସିଏସ୍‌କେକୁ ୨୧୯ ରନ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ ଦରକାର ଥିଲା । କିନ୍ତୁ ୧୯୧ରେ ଅଟକି ଯାଇଥିଲା ଦଳ । ଆର୍‌ସିବି ପକ୍ଷରୁ ଡୁପ୍ଲେସିସି ୫୪ ରନ୍ ଏବଂ କୋହଲି ୪୭ ରନ୍‌ର ପାଳି ଖେଳିଥିଲେ ।

Leave A Reply

Your email address will not be published.