ଆରସିବି ଜିତିବା ପରେ ଖୁସିରେ ନାଚି ଉଠିଲେ ଅନୁଷ୍କା, ହାତ ଯୋଡି ଭଗବାନଙ୍କୁ ଜଣାଇଲେ କୃତଜ୍ଞତା : ଭିଡିଓ ଭାଇରଲ

ଆରସିବି ଜିତିବା ପରେ ଅନୁଷ୍କାଙ୍କ ରିଆକ୍ସନ ସମସ୍ତଙ୍କ ମନ ଜିତିନେଇଛି । ଦିଲ୍ଲୀର ଶେଷ ଓ୍ଵିକେଟ ଯିବା ପରେ ଅନୁଷ୍କା ଖୁସିରେ ନାଚି ହାତ ଯୋଡି ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ମ୍ୟାଚ ଜିତିବା ପରେ ବିରାଟ ଅନୁଷ୍କାଙ୍କ ଆଡକୁ ଈଶାରା କରୁଥିବାରୁ ନଜର ଆସିଛନ୍ତି । ଅନୁଷ୍କାଙ୍କ ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଆଇପିଏଲ୍‌ ୨୦୨୪ ସିଜିନର ୬୨ତମ ମ୍ୟାଚରେ ଆରସିବି ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚରେ ଆରସିବି ଦିଲ୍ଲୀକୁ ୪୭ ରନରେ ହରାଇ ପ୍ଲେ ଅଫରେ ପହଞ୍ଚିବା ଆଶାକୁ ଉଜ୍ଜୀବିତ କରିଛି । ଆଉ ବିରାଟଙ୍କ ଏହି ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ ଅନୁଷ୍କା । ଆରସିବି ଜିତିବା ପରେ ଅନୁଷ୍କାଙ୍କ ରିଆକ୍ସନ ସମସ୍ତଙ୍କ ମନ ଜିତିନେଇଛି । ଆରସିବି ଜିତିବା ପରେ ଅନୁଷ୍କା ଶର୍ମା ଠିଆ ହୋଇ ହାତ ଯୋଡି ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନୁଷ୍କାଙ୍କ ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାଇରଲ ଭିଡିଓରେ ଅନୁଷ୍କା ଷ୍ଟାଣ୍ଡରେ ବସି ବିରାଟଙ୍କ ପାଇଁ ଚିୟର କରୁଥିବାର ଦେଖିବାକୁ ମିଳିଛି । ଆରସିବିର ଲକି ଫଗ୍ୟୁସନ ମୁକେଶ କୁମାରଙ୍କ ଓ୍ଵିକେଟ ନେବା ପରେ ଦିଲ୍ଲୀ ୧୪୦ ରନରେ ଅଲଆଉଟ ହୋଇଥିଲା । ଦିଲ୍ଲୀର ଶେଷ ଓ୍ଵିକେଟ ଯିବା ପରେ ଅନୁଷ୍କା ଖୁସିରେ ନାଚି ହାତ ଯୋଡି ଭଗବାନଙ୍କୁ ଆଶୀର୍ବାଦ ନେଇଛନ୍ତି । ଏହି ମ୍ୟାଚ ଜିତିବା ପରେ ବିରାଟ ଅନୁଷ୍କାଙ୍କ ଆଡକୁ ଈଶାରା କରୁଥିବାରୁ ନଜର ଆସିଛନ୍ତି ।

ଏହି ସମୟରେ ଅନୁଷ୍କା ବ୍ଲୁ ରଙ୍ଗର ଡେନିମ ସହିତ ବ୍ଲାକ୍‌ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଅନୁଷ୍କାଙ୍କ ଏହି ଭିଡିଓ ଫ୍ୟାନ୍ସ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି ।
ଆରସିବି ପକ୍ଷରୁ ରଜତ ପାଟିଦାର ୫୨, ବିଲ ଜ୍ୟାକ୍ସ ୪୧ ଏବଂ ଗ୍ରୀନ ୩୨ ରନ୍‌ କରି ୧୮୭ ରନ୍‌ କରିଥିଲେ । ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ୧୪୦ ରନ୍‌ ହିଁ କରିପାରିଥିଲା । ଆରସିବି ପକ୍ଷରୁ ୟଶ ଦୟାଲ ୩ ଓ୍ଵିକେଟ, ଗ୍ରୀନ ୧ଟି, ଫଗ୍ୟୁସନ ୨ଟି ଓ୍ଵିକେଟ ନେଇଥିଲେ । ତେବେ ଏହି ବିଜୟ ପରେ ଆରସିବି ପଏଣ୍ଟ ଟେବୁଲରେ ୫ ନଂ ସ୍ଥାନକୁ ଚାଲିଆସିଛି । ଆରସିବିର ପଏଣ୍ଟ ୧୨ ରହିଛି । ଆରସିବି ଶେଷ ମ୍ୟାଚ୧୮ ମଇକୁ ଚେନ୍ନାଇ ବିପକ୍ଷରେ ଖେଳିବ ।