କଟକ ବାରବାଟୀରେ ଶୁଭିବ ସଙ୍ଗୀତଜ୍ଞ ଏ. ଆର. ରେହମାନଙ୍କ ଧୂନ୍, ୨୮ ତାରିଖରେ ଅନୁଷ୍ଠିତ ହେବ ହକି ବିଶ୍ୱକପର ପ୍ରମୋସନାଲ ଇଭେଣ୍ଟ

କଟକ(କେନ୍ଯୁଜ୍) : କଟକ ବାରବାଟୀ ଷ୍ଟାଡିୟମରେ ଶୁଭିବ ସଙ୍ଗୀତଜ୍ଞ ଏ. ଆର. ରେହମାନଙ୍କ ଧୂନ୍ । ଝୁମିବେ ଦର୍ଶକ । ହକି ବିଶ୍ୱକପର ପ୍ରମୋସନାଲ ଇଭେଣ୍ଟ କଟକ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବା ସଂପର୍କରେ ଏ. ଆର. ରେହମାନ ଟ୍ଵିଟ କରି ସୂଚନା ଦେଇଛନ୍ତି ।

twମିଲେନିୟମ ସିଟିରେ କାର‌୍ୟ୍ୟକ୍ରମରେ ଯୋଗଦାନକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ ଆରମ୍ଭ ହେବ । ଉଦଘାଟନୀ ଉତ୍ସବରେ କିଙ୍ଗ ଖାନ୍‌ ଶାହାରୁଖ୍‌ ଓ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର୍‌ ରେହେମାନ୍‌ଙ୍କ ସୋ’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି ।