ତୀରନ୍ଦାଜି ବିଶ୍ୱକପ୍‌ରେ ଓଜାସ୍‌-ଜ୍ୟୋତିଙ୍କ ଲଗାତାର ସ୍ଵର୍ଣ୍ଣ ପଦକ

ତୀରନ୍ଦାଜି ବିଶ୍ୱକପ୍‌ରେ ଭାରତୀୟଙ୍କ ସଫଳତା । ସାଙ୍ଘାଇରେ ଚାଲିଥିବା ତୀରନ୍ଦାଜି ବିଶ୍ୱକପ୍‌ରେ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ଓଜାସ ଦେଓତା‌ଲେ ଓ ଜ୍ୟୋତି ସୁରେଖା ଭେନ୍ନାମ ସଫଳତା ହାତେଇଛନ୍ତି। ଗତ ମାସରେ ଅନ୍ତଲ୍ୟାରେ ଆୟୋଜିତ ବିଶ୍ୱକପ୍ ‌ଷ୍ଟେଜ୍‌-୧ରେ ବିଜେତା ହୋଇଥିବା ଏହି ଯୋଡ଼ି ଶନିବାର ସାଙ୍ଘାଇରେ ଷ୍ଟେଜ୍‌-୨ରେ ମଧ୍ୟ ସ୍ଵର୍ଣ୍ଣ ଜିତି‌ ନେଇଛନ୍ତି ।

ସାଙ୍ଘାଇ : ତୀରନ୍ଦାଜି ବିଶ୍ୱକପ୍‌ରେ ଭାରତୀୟଙ୍କ ସଫଳତା । ସାଙ୍ଘାଇରେ ଚାଲିଥିବା ତୀରନ୍ଦାଜି ବିଶ୍ୱକପ୍‌ରେ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ଓଜାସ ଦେଓତା‌ଲେ ଓ ଜ୍ୟୋତି ସୁରେଖା ଭେନ୍ନାମ ସଫଳତା ହାତେଇଛନ୍ତି। ଗତ ମାସରେ ଅନ୍ତଲ୍ୟାରେ ଆୟୋଜିତ ବିଶ୍ୱକପ୍ ‌ଷ୍ଟେଜ୍‌-୧ରେ ବିଜେତା ହୋଇଥିବା ଏହି ଯୋଡ଼ି ଶନିବାର ସାଙ୍ଘାଇରେ ଷ୍ଟେଜ୍‌-୨ରେ ମଧ୍ୟ ସ୍ଵର୍ଣ୍ଣ ଜିତି‌ ନେଇଛନ୍ତି।

ଏହି ଭାରତୀୟ ଯୋଡ଼ି ୧୫୬-୧୫୫ରେ କୋରିଆର କିମ୍‌ ଜୋଙ୍ଗହୋ ଓ ଓ ୟୁହ୍ୟୁଁଙ୍କୁ ଫାଇନାଲ୍‌ରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ସାଙ୍ଘାଇରେ ଭାରତୀୟ ଯୁବକ ପ୍ରଥମେଶ ଜାୱକର ଜୀବନର ପ୍ରଥମ ବିଶ୍ବକପ୍ ସ୍ଵର୍ଣ୍ଣ ଜିତିବାର ଗୌରବ ପାଇଛନ୍ତି। ଏହି ଉଦୀୟମାନ ଭାରତୀୟ ତାରକା ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ବର୍ଗ ଫାଇନାଲ୍‌ରେ ବିଶ୍ୱର ଏକ ନମ୍ବର ନେଦାଲାଣ୍ଡ୍ସ ତୀରନ୍ଦାଜ ମାଇକ୍‌ ସ୍କଲୋ‌ସରଙ୍କୁ ୧୪୯-୧୪୮ରେ ମାତ୍‌ ଦେଇ ଏହି ପଦକ ହାତେଇ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.