କମ୍ପୁଛି କଳିଙ୍ଗ ଷ୍ଟାଡିୟମ୍‌: ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଆର୍ଜେଣ୍ଟିନା ଓ ସାଉଥ୍‌ ଆଫ୍ରିକା

ଭୁବନେଶ୍ୱର (କେନ୍ୟୁଜ): କଳିଙ୍ଗରେ ହକି ବିଶ୍ୱକପ୍‌। କମ୍ପୁଛି କଳିଙ୍ଗ ଷ୍ଟାଡିୟମ୍‌, ବିର୍ସାମୁଣ୍ଡାରେ ବର୍ଷିବ ଗୋଲ୍‌। କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଓ ସାଉଥ୍‌ ଆଫ୍ରିକା ।

ଅପରାହ୍ଣ ୩ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍‌ସ ମଧ୍ୟରେ ମ୍ୟାଚ୍‌ ହେବ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ । ସଂଧ୍ୟା ୭ଟାରେ ସ୍ପେନ ସହ ରହିଛି ପ୍ରଥମ ମୁକାବିଲା। ଉଭୟ ଦେଶ ଭିତରେ ଏପର୍ଯ୍ୟନ୍ତ ଖେଳାଯାଇଛି ୩୧ଟି ମ୍ୟାଚ୍‌ । ଯେଉଁଠି ଭାରତ ୧୩ଟି ମ୍ୟାଚ୍‌ ଜିତିଥିବା ବେଲେ ୧୧ଟି ମ୍ୟାଚରେ ବାଜି ମାରିଛି ସ୍ପେନ । ୭ଟି ମ୍ୟାଚ୍‌ ରହିଛି ଅମୀମାଂସିତ । ଉଭୟ ଦେଶ ଭିତରେ ଶେଷ ମୁକାବିଲା ହୋଇଥିଲା ଗତ ବର୍ଷ ଏଫଆଇଏଚ ହକି ପ୍ରୋ ଲିଗରେ। ଅନ୍ୟ ଏକ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ ୱେଲ୍‌ସ। କଡ଼ା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର ଓ ରାଉରକେଲା। ଭୁବନେଶ୍ୱରରେ ୮୧ ପ୍ଲାଟୁନ ଫୋର୍ସ ଓ ରାଉରକେଲାରେ ୫୭ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.