ପେନଲାଟିରେ ବିଶ୍ୱ କପ୍‌ ଅକ୍ତିଆର କଲା ଆର୍ଜେଣ୍ଟିନା

ଦୋହା (କେନ୍ୟୁଜ୍‌) : ଗତ ଥର ଚାମ୍ପିଅନ୍‌ ଫ୍ରାନ୍ସକୁ ହରାଇ ଫିଫା ବିଶ୍ୱ କପ୍‌ ଅକ୍ତିଆର କଲା ଆର୍ଜେଣ୍ଟିନା । ବ୍ରାଜିଲ ପରେ ଲଗାତର ଟ୍ରଫି ଜିତିବାର ରେକର୍ଡ଼ କରିଥାନ୍ତା ଫ୍ରାନ୍ସ । ହେଲେ ତାର ସ୍ୱପ୍ନକୁ ଧୂଳିସାତ୍‌ କରି ଆର୍ଜେଣ୍ଟିନା ୩୬ ବର୍ଷ ପରେ ପୁଣିଥରେ ଫୁଟବଲ୍‌ ବିଶ୍ୱ କପ୍‌ ଜିତି ନେଇଛି । ଖେଳ ସଂଘର୍ଷପୂର୍ଣ୍ଣ ଥିଲେ ମଧ୍ୟ ଶେଷରେ ପେନାଲଟି ଜରିଆରେ ଆର୍ଜେଣ୍ଟିନା ୪-୨ ରେ ବିଜୟ ଲାଭ କରି ଫିଫା ବିଶ୍ୱ କପ୍‌ ଅକ୍ତିଆର କରିଥିଲା ।

ପ୍ରଥମରୁ ଷ୍ଟାର ଖେଳାଳି ଲିଓନେଲ ମେସିଙ୍କ ଯାଦୁ ଚାଲିଲା । ସେ ୨୩ ମିନିଟ୍‌ରେ ଏକ ପେନାଲଟିରୁ ଦେଖିଲା ଭଳି ଗୋଲ୍‌ କରିଥିଲେ । ଫ୍ରାନ୍ସର ଡେମ୍ବଲ ଫାଉଲ୍‌ କରିବା ଯୋଗୁଁ ଆର୍ଜେଣ୍ଟିନାକୁ ପେନାଲଟି ମିଳିଥିଲା । ଅଧିନାୟକ ମେସି ସେଥିରୁ ମ୍ୟାଚ୍‌ର ପ୍ରଥମ ଗୋଲ୍‌ ସ୍କୋର କରିଥିଲେ ।

ଏହାପରେ ମ୍ୟାଚ୍‌ର ୩୬ ମିନିଟ୍‌ରେ ମ୍ୟାକ୍‌ ଏଲିଷ୍ଟରଙ୍କ ପାସ୍‌ରୁ ଆଞ୍ଜେଲା ଡି ମାରିୟା ଏକ ଚମତ୍କାର ଗୋଲ୍‌ କରିଥିଲେ । ଏହି ଦୁଇଟି ଗୋଲ୍‌ ବଳରେ ମଧ୍ୟାନ୍ତର ସୁଦ୍ଧା ଆର୍ଜେଣ୍ଟିନା ୨-୦ରେ ଆଗୁଆ ଥିଲା ।

ତେବେ ଦୁଇଟି ଗୋଲ୍‌ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ମେସିଙ୍କ ଟିମ୍‌ ଆର୍ଜେଣ୍ଟିନା ରକ୍ଷଣାତ୍ମକ ଭାବେ ଖେଳିଥିଲା । ଏହା ସହିତ ଫ୍ରାନ୍ସକୁ ମଧ୍ୟ ଆକ୍ରମଣ କରିବାର ସୁଯୋଗ ଦେଇନଥିଲା । ମ୍ୟାଚ୍‌ର ୭୫ ମିନିଟ୍‌ ଯାଏ ପୂର୍ବ ଭଳି ଆର୍ଜେଣ୍ଟିନା ଦୁଇଟି ଗୋଲ୍‌ରେ ଆଗୁଆ ରହିଥିଲା ।

ତେବେ ଏହା ପରେ ଫ୍ରାନ୍ସର ଭାଗ୍ୟ ଫିଟିଥିଲା । ଏକ ପେନାଲଟିରୁ ଗୋଲ୍‌ କରିଥିଲା ପୂର୍ବଥର ଚାମ୍ପିଅନ୍‌ ଦଳ । ଦଳର ଷ୍ଟାର ଖେଳାଳି କାଲିୟାନ ଏମ୍‌ବାପେ ଆର୍ଜେଣ୍ଟିନା ଗୋଲ୍‌କିପର ମାର୍ଟିନଜ୍‌ଙ୍କୁ ପରାସ୍ତ କରି ଏହି ଗୋଲ୍‌ ଦେଇଥିଲେ । ଏହାପରେ ଯେମିତି ଫ୍ରାନ୍ସର ଉତ୍ସାହ ବଢ଼ି ଯାଇଥିଲା । ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରି ଦେଇଥିଲା ଆର୍ଜେଣ୍ଟିନା ଗୋଲ୍‌ପୋଷ୍ଟ ଉପରେ । ଆଉ ଦୁଇ ମିନିଟ୍‌ ଭିତରେ ଦ୍ୱିତୀୟ ଗୋଲ୍‌ ହେଲା । ପୁଣି ଗୋଲ୍‌ ଦେଲେ ଏମ୍‌ବାପେ । ମ୍ୟାଚ୍‌ ୨-୨ ଗୋଲ୍‌କୁ ଚାଲି ଆସିଲା ।

ପରେ ଅତିରିକ୍ତ ସମୟ ଦିଆ ଯାଇଥିଲା ଉଭୟ ଦଳଙ୍କୁ ଖେଳିବା ପାଇଁ । ମ୍ୟାଚ୍‌ ର ୯୯ ମିନିଟରେ ମେସୀ ଆଉ ଏକ ଗୋଲ ଦେଇ ଆର୍ଜେଣ୍ଟିନାକୁ ୩-୨ ରେ ବିଜୟ ଆଡକୁ ନେଇଯାଇଥିଲା । ହେଲେ ପୁଣି ଥରେ ଆକ୍ରାମଣତ୍ମକ ଖେଳ ଖେଳି ଫ୍ରାନ୍ସ ଖେଳର ୧୧୭ ମିନିଟରେ ଆର୍ଜେଣ୍ଟିନାକୁ ଏକ ଗୋଲ ଦେଇ ୩-୩ ସ୍ଥିତିକୁ ଖେଳକୁ ନେଇ ଆସିଥିଲେ ।

ମାତ୍ର ଶେଷ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ପାରି ନଥିଲା । ଉଭୟ ଦଳ ଖେଳକୁ ବରାବର ସ୍ଥିତିରେ ରଖିଥିଲେ । ଶେଷରେ ପେନାଲଟି ଜରିଆରେ ଆର୍ଜେଣ୍ଟିନା ୪-୨ ରେ ବିଜୟ ଲାଭ କରି ଫିଫା ବିଶ୍ୱ କପ୍‌ ଅକ୍ତିଆର କରିଥିଲା ।

ଗୁଡବାଏ ମେସି

ଲିଓନେଲ ମେସିଙ୍କ ପାଇଁ ଇଏ ଥିଲା ବିଶ୍ୱ କପ୍‌ରେ ଅନ୍ତିମ ମ୍ୟାଚ୍‌ । ସେ ଚଳିତ ବିଶ୍ୱ କପ୍‌ରେ ଏକ ଅନନ୍ୟ ରେକର୍ଡ଼ ମଧ୍ୟ କରିଛନ୍ତି । ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ନକ୍‌ଆଉଟ୍‌ ମ୍ୟାଚ୍‌ରେ ସେ ଗୋଲ୍‌ ସ୍କୋର କରିଛନ୍ତି । ଏହା କରିବାରେ ସେ ହେଉଛନ୍ତି ଏକମାତ୍ର ଖେଳାଳି । ଏହା ପୂର୍ବରୁ ସେ ବିଶ୍ୱ କପ୍‌ରେ ସର୍ବାଧିକ ୨୬ଟି ମ୍ୟାଚ୍‌ ଖେଳି ଜର୍ମାନୀର ଲୋଥାର ମାଥ୍ୟୁସଙ୍କ ରେକର୍ଡ଼ ଭାଙ୍ଗିଥିଲେ ।

 

dipika

ବିଶ୍ୱ କପ୍‌ ଟ୍ରଫି ସହ ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ୍‌

Leave A Reply

Your email address will not be published.