ରୋନାଲ୍ଡୋ ଏବଂ ଲେଓ୍ଵାଣ୍ଡୋସ୍କିଙ୍କୁ ପଛରେ ପକାଇ ସପ୍ତମ ଥର ବିଲନ୍‌ ଡି’ଅର ଆଓ୍ଵାର୍ଡ ଜିତିଲେ ମେସି

ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର୍ ଲିଓନେଲ ମେସିଙ୍କୁ ପୁଣି ଥରେ ଫୁଟବଲ ମଇଦାନରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବଲନ୍ ଡି’ଅର୍ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ୩୪ବର୍ଷୀୟ ମେସି ପର୍ତ୍ତୁଗାଲର ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବାଇର୍ନ ମ୍ୟୁନିକ୍‌ର ରବର୍ଟ ଲେୱାଣ୍ଡୋସ୍କିଙ୍କୁ ମାତ୍‌ ଦେଇଛନ୍ତି ମେସି।ସପ୍ତମ ଥର ପାଇଁ ମେସି ଏହି ପୁରସ୍କାର ଜିତି ରେକର୍ଡ ଜିତିଛନ୍ତି ।

ଏହାପୂର୍ବରୁ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଏବଂ ୨୦୧୯ ରେ ମେସି ବଲନ୍ ଡି’ଅର୍ ପୁରସ୍କାର ଜିତିଥିଲେ । ଅନ୍ୟ କୌଣସି ଖେଳାଳି ଏତେ ଥର ଏହି ପୁରସ୍କାର ଜିତି ନାହାଁନ୍ତି । ବଲନ୍ ଡି’ଅର୍ ପୁରସ୍କାରଗୁଡିକ ଫ୍ରାନ୍ସର ଫୁଟବଲ୍ ପତ୍ରିକା ବଲନ୍ ଡି’ଅର୍ ଦ୍ୱାରା ପ୍ରଦାନ କରାଯାଇଛି । ଏହି ପୁରସ୍କାର ପ୍ରତିବର୍ଷ କ୍ଲବ ଏବଂ ଜାତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ଦିଆଯାଏ ।

ମେସିଙ୍କ ପରେ ଏହି ଟାଇଟଲ କ୍ରିଷ୍ଟିଆନୋ ରୋନାଲ୍ଡୋ ୨୦୦୮, ୨୦୧୩, ୨୦୧୪, ୨୦୧୬ ଏବଂ ୨୦୧୭ ଏହାକୁ ନିଜ ନାମରେ କରିଥିଲେ। ଏହି ଦୁହିଁଙ୍କ ବାଦ୍‌ ମାର୍କବାନ ବାଷ୍ଟନ, ଜୋହାନ କ୍ରାଏଫ ଏବଂ ମାଇକେଲ ପ୍ଲାତିନୀ ପୂର୍ବରୁ ତିନି ତିନି ଥର ଜିତିଛନ୍ତି।

ଏହା ୧୯୫୬ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ଏହି ପୁରସ୍କାର ପ୍ରଥମ ଥର ପାଇଁ ଷ୍ଟାନଲି ମାଥ୍ୟୁସଙ୍କୁ ଦିଆଯାଇଥିଲା । ସେବେଠାରୁ ଏହାକୁ ପ୍ରତିବର୍ଷ ଦିଆଯାଉଛି । ତିନି ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ରୁ ମହିଳା ଫୁଟବଲର୍ ମାନଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.