ଅରଶଦ ନଦୀମଙ୍କ ନିମନ୍ତ୍ରଣକୁ ନେଇ ହୋଇଥିବା ବିବାଦରେ ମୁହଁ ଖୋଲିଲେ ନୀରଜ ଚୋପ୍ରା, କହିଲେ ମୋ ପାଇଁ ଦେଶ ପ୍ରଥମ

ପାକିସ୍ତାନ ଜାଭଲିନ୍ ଥ୍ରୋର ଖେଳାଳି ଅରଶଦ ନଦୀମଙ୍କୁ ‘NC  କ୍ଲାସିକ୍ ‘ଇଭେଣ୍ଟ ପାଇଁ ଷ୍ଟାର ଖେଳାଳୀ ନୀରଜ ଚୋପ୍ରାଙ୍କ ନିମନ୍ତ୍ରଣ । ପହଲଗାମ ଆକ୍ରମଣର ଦୁଇ ଦିନ ପୂର୍ବରୁ ଜଣେ ଖେଳାଳି ଭାବେ ତାଙ୍କୁ ନିମନ୍ତ୍ରଣ କରିଥିଲେ । ନୀରାଜ ଚୋପ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି । ଟ୍ରୋଲର ଶିକାର ହେବା ପରେ ମୋ  ଦେଶ ମୋ ପାଇଁ ପ୍ରଥମ ବୋଲି ନିରଜ ଚୋପ୍ରା କହିଛନ୍ତି ।

ପହଲଗାମ ଆକ୍ରମଣରେ ପରେ ବିବାଦ ହୋଇଥିବାକୁ ନେଇ ମୁହଁ ଖୋଲିଲେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଖେଳାଳି ନୀରଜ ଚୋପ୍ରା । ନୀରଜ ସେୟାର କରିଥିବା ପୋଷ୍ଟରେ ଦୁଃଖିତ ଥିବା ଜଣାପଡିଛି । ଏହା ମଧ୍ୟ କହିଛନ୍ତି ଯେ, ସେ ବହୁତ କମ୍ କଥା କୁହନ୍ତି । ଖେଳ ସମୟରେ ମୁଁ କିଛି କୁହେନି । ଯଦି ମୋ ଦେଶ କି ପରିବାର ଉପରେ ପ୍ରଶ୍ନବାଚୀ ଉଠେ ତେବେ ମୁଁ ଚୁପ୍ ରହିବିନାହିଁ । କାରଣ ଦେଶ ଏବଂ ଦେଶର ସ୍ବାର୍ଥ ମୋ ପାଇଁ ସର୍ବପ୍ରଥମ । ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ଗୋଟିଏ ବର୍ଷ ପୂର୍ବରୁ ତାଙ୍କ ମା’ ସୋସିଆଲ ମିଡିଆରେ କିଛି କହିଥିଲେ ସେତେବେଳେ ତାଙ୍କୁ ଖୁବ୍ ପ୍ରଶଂସା ମିଳିଥିଲା । କିନ୍ତୁ ବର୍ତ୍ତମାନ ସେହି ଲୋକମାନେ ସମାନ କାମ ପାଇଁ ତାଙ୍କୁ ଟାର୍ଗେଟ୍ କରୁଛନ୍ତି । ଆମେ ଖୁବ୍ ସାଧାରଣ ଲୋକ ତେଣୁ ଆମକୁ ଭୁଲ ବୁଝନ୍ତୁ ନାହିଁ । ଯେମିତି ଭାରତକୁ ସମ୍ମାନ ଜନକ ଦେଶ ଭାବେ ପରିଗଣିତ କରାଯିବ ସେଥିପାଇଁ ଅଧିକରୁ ଅଧିକ ପରିଶ୍ରମ କରିବି ବୋଲି ଶେଷରେ ପୋଷ୍ଟଟିରେ ସେୟାର କରିଛନ୍ତି ।

ସୂଚନାନୁଯାୟୀ, ୨୪ ମେ ଅନୁଷ୍ଠିତ ହେବାକୁ ଥିବା  ‘NC  କ୍ଲାସିକ୍ ‘ଟୁର୍ଣ୍ଣାମେଣ୍ଟ ପାଇଁ  ଅରଶଦ ନଦୀମଙ୍କୁ ନିମନ୍ତ୍ରଣ ପଠାଯାଇଥିଲା । କିନ୍ତୁ ପହଲଗାମ ଆକ୍ରମଣ ପରେ ସେ ଭାରତ ଆସିବାକୁ ମନା କରିଛନ୍ତି ।

ଅନ୍ୟପଟେ ଲାଇଟ ଅଭାବ କାରଣରୁ ‘NC  କ୍ଲାସିକ୍ ‘ ଜାଭଲିନ ଥ୍ରୋ ଇଭେଣ୍ଟ ମେ ୨୪ତାରିଖ ପଞ୍ଚକୁଲା ପରିବର୍ତ୍ତେ ବେଙ୍ଗାଲୁରୁରେ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଏହି ଇଭେଣ୍ଟରେ ଚୋପ୍ରା ଓ JSW ସ୍ପୋର୍ଟସ୍ ଦ୍ବାରା ଭାରତୀୟ ଆଥେଲେଟିକ୍ସ ଏବଂ ବିଶ୍ବ ଆଥେଲେଟିକ୍ସ ସହଯୋଗରେ ଇଭେଣ୍ଟଟି କରାଯିବ ।

 

Also Read : ୫୨ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର