ପୂର୍ବତନ କ୍ରିକେଟର ଅରୁଣ ଲାଲ୍‌ ବିବାହ ବନ୍ଧନରେ ବାନ୍ଧିହେଲେ; ନିଜଠୁ ୨୮ ବର୍ଷ ସାନ ଦ୍ୱିତୀୟ ପତ୍ନୀଙ୍କୁ କଲେ କିସ୍‌

ପୂର୍ବତନ କ୍ରିକେଟର ଅରୁଣ ଲାଲ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬୬ ବର୍ଷୀୟ ଅରୁଣ ନିଜଠୁ ୨୮ ବର୍ଷ ସାନ ବୁଲ୍‌ବୁଲ ସାହାଙ୍କ ହାତ ଧରିଛନ୍ତି। ଏହା ଅରୁଣଙ୍କ ଦ୍ୱିତୀୟ ବିବାହ ଏବଂ କୋଲକାତାରେ ଆୟୋଜିତ ବିବାହ ସମାରୋହରେ ଦୁହେଁ ପରସ୍ପରର ସାତ ଜନମର ସାଥୀ ହେବାକୁ ଶପଥ ନେଇଛନ୍ତି। ଅରୁଣ ଲାଲ୍‌ ଓ ବୁଲବୁଲ ସାହାଙ୍କ ବିବାହର ଫଟୋଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସେପଟେ ବିବାହ ପୋଷାକରେ ବରକନ୍ୟା ଖୁବ୍‌ ଆକର୍ଷଣୀୟ ଦେଖାଯାଉଛନ୍ତି। କୋଲକାତାର ଏକ ହୋଟେଲରେ ବିବାହ ସମାରୋହ ଆୟୋଜିତ ହୋଇଥିବା ବେଳେ ଏଥିରେ ଅନେକ ପୂର୍ବତନ ଖେଳାଳି ଯୋଗଦେଇଥିଲେ, ଯେଉଁଥିରେ ସବା କରୀମ୍‌ଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ। ବିବାହ ରୀତିନୀତି ସମ୍ପୂର୍ଣ୍ଣ ହେବା ପରେ ଅରୁଣ ନିଜ ନବବିବାହିତ ପତ୍ନୀ ବୁଲ୍‌ବୁଲଙ୍କୁ କିସ୍‌ କରିଥିଲେ। ଏଥି ସହିତ ଦୁହେଁ କେକ୍‌ କାଟି ସେହି ମୁହୂର୍ତ୍ତକୁ ସେଲିବ୍ରେଟ୍‌ କରିଥିଲେ।

arun2
photo: bollywoodshaadis

କହି ରଖୁଛୁ, ଅରୁଣ ଲାଲ୍‌ଙ୍କ ପତ୍ନୀ ବୁଲ୍‌ବୁଲ ସାହା ଜଣେ ସ୍କୁଲ ଶିକ୍ଷୟିତ୍ରୀ। ତାଙ୍କର କୁକିଂ ପ୍ରତି ବହୁତ ସଉକ ରହିଛି। ସେ ୨୦୧୯ରେ ଏକ କୁକିଂ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ। ସୂଚନା ଯେ ଭାରତ ପାଇଁ ଓପନିଂ କରୁଥିବା ଅରୁଣ ଲାଲ୍‌ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି। ତାଙ୍କର ପ୍ରଥମ ପତ୍ନୀ ରୀନାଙ୍କଠାରୁ ଛାଡ଼ପତ୍ର ହୋଇସାରିଛି। ରୀନାଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜିକାଲି ବହୁତ ଖରାପ ରହୁଛି। ଏମିତିରେ ଅରୁଣ ପ୍ରଥମ ପତ୍ନୀଙ୍କ ଇଚ୍ଛା ଅନୁସାରେ ହିଁ ଦ୍ୱିତୀୟ ବିବାହ କରିଛନ୍ତି।

Leave A Reply

Your email address will not be published.