କ୍ରୀଡା

ଆଶେସ ସିରିଜ: ବ୍ରିସବେନ ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ, ୯ ଓ୍ଵିକେଟରେ ହାରିଲା ଇଂଲଣ୍ଡ

ଇଂଲଣ୍ଡ ବିପକ୍ଷରେ ବ୍ରିସବେନରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ଜିତିଛି ଅଷ୍ଟ୍ରେଲିଆ। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡକୁ ୯ ୱିକେଟ ପରାସ୍ତ କରିଛି ଅଷ୍ଟ୍ରେଲିଆ। ମାତ୍ର ୩ ଦିନରେ ଟେଷ୍ଟ ମ୍ୟାଚକୁ ଶେଷ କରିଛି ଅଷ୍ଟ୍ରେଲିଆ। ଏହି ବିଜୟ ପରେ ୫ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ୧-୦ରେ ଜିତିଛି।

ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୨୯୭ ରନ୍‌ ଅଲଆଉଟ ହୋଇଯିବାରୁ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତିବା ପାଇଁ କେବଳ ୨୦ ରନ୍‌ର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ଗୋଟିଏ ୱିକେଟ ହରାଇ ଦଳ ହାସଲ କରି ନେଇଛି। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ମାତ୍ର ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟକ କମିନ୍ସ ୫ ୱିକେଟ ଦଖଲ କରି ଥିଲେ।

ଏହାର ଜବାବରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ୪୨୫ ରନ୍‌ କରିଥିଲା। ଦଳ ପକ୍ଷରୁ ଟ୍ରାଭିସ ହେଡ୍‌ ଚିତାକର୍ଷକ ଶତକ ହାସଲ କରିଥିଲେ। ଫଳଳରେ ଦଳକୁ ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର ତୁଳନାରେ ୨୭୮ ରନର ଲିଡ ମିଳିଥିଲା। ଅଷ୍ଟ୍ରେଲିଆ ଅଲଆଉଟ ହେବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଏହି ଇନିଂସରେ ଅଧିନାୟକ ଜୋ ରୁଟ୍‌(୮୯) ଓ ଡାୱିଡ ମଲାନ(୮୨) ଲଢ଼େଇ କରିଥିଲେ। ଦଳ ୨୯୭ ରନ୍‌ରେ ସୀମିତ ରହିଥିଲା।

ଇଂଲଣ୍ଡ ୨୯୭ ରନ୍ କରିବାରୁ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୦ ରନର ଟାର୍ଗେଟ ମିଳିଥିଲା। ଏଥିପାଇଁ ଡାଭିଡ ୱାର୍ଣ୍ଣରଙ୍କ ବଦଳରେ ଡେବ୍ୟୁଟାଣ୍ଟ ଆଲେକ୍ସ କେରୀ ଓ ମାର୍କସ ହ୍ୟାରିସ ବ୍ୟାଟିଂ କରିଥିଲେ।

ଅଷ୍ଟ୍ରେଲିଆ ସ୍ପିନର ନାଥାନ ଲିଅନଙ୍କ କମାଲ । କ୍ୟାରିୟରର ୪୦୦ ଓ୍ଵିକେଟ ନେଲେ ନାଥାନ ଲିଅନ୍‌ । ସେ ବିଶ୍ୱର ୧୭ତମ ଖେଳାଳି ଭାବେ ଏହି ରେକର୍ଡ କରିଛନ୍ତି । ରେକର୍ଡ କରିବାରେ ଅଷ୍ଟ୍ରେଲିଆର ସେ ତୃତୀୟ ଖେଳାଳି । ପୂର୍ବରୁ ସେନ ଓ୍ଵାର୍ଣ୍ଣ ଓ ଗ୍ଲେନ୍‌ ମ୍ୟାକ୍‌ଗ୍ରାଥ୍‌ ନେଇଥିଲେ ୪୦୦ ଓ୍ଵିକେଟ ।

Swagatika

Recent Posts

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

4 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

7 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

7 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

30 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

1 hour ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

1 hour ago