ଆଶୁତୋଷଙ୍କ ବିସ୍ଫୋରକ ଇଂନିସ : ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧ ୱିକେଟ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ୍ ମହାସମର । ରୋମାଞ୍ଚକ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧ ୱିକେଟ୍ ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୧୦ ରନର ଟାର୍ଗେଟକୁ ପିଛା କରିଥିବା ଦିଲ୍ଲୀ ୩ ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଦିଲ୍ଲୀ ଅସମ୍ଭବକୁ ସମ୍ଭବ କରିଛି । ଗୋଟିଏ ସମୟରେ ୫ ୱିକେଟ ହରାଇ ୬୫ ରନ କରିଥିଲା ଦିଲ୍ଲୀ । ତ୍ରିଷ୍ଟନ ଷ୍ଟବ୍ସ ୨୨ ବଲ୍ ରୁ ୩୪ ରନ୍ , ବିପରାଜ ନିଗମ ୧୫ ବଲ୍ ରୁ ୩୯ ରନ କରି ଦଳ ପାଇଁ ଲଢ଼ିଥିଲା ।
ଶେଷ ଓଭରରୁ ୬ ରନ୍ ଆବଶ୍ୟକ ଥିବାବେଳେ ସାହାବାଜ ଅହମ୍ମଦଙ୍କ ତୃତୀୟ ବଲ୍ କୁ ଛକା ମାରି ଇମ୍ପାକ୍ଟ ପ୍ଲେୟାର ଆଶୁତୋଷ ଶର୍ମା ଦଳକୁ ଜିତାଇଥିଲେ । ମାତ୍ର ୩୧ ବଲରୁ ୫ ଚୌକା ଓ ୫ ଛକା ସହ ୬୬ ରନ୍ କରିଥିଲେ ଆଶୁତୋଷ । ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୮ ୱିକେଟ ହରାଇ ୨୦୯ ରନ କରିଥିଲା । ମିଚେଲ ମାର୍ସ ୭୨, ନିକୋଲାସ ପୂରନ ୭୫, ଡେଭିଡ୍ ମିଲର ୨୭ ରନ କରିଥିଲେ ।
ଆହୁରି ପଢ଼ନ୍ତୁ : ଖେଳୁଥିବା ବେଳେ କ୍ରିକେଟରଙ୍କୁ ହାର୍ଟଆଟାକ୍, ଭେଣ୍ଟିଲେଟରରେ ଖେଳାଳି