ଆଇପିଏଲ୍‌ ୨୦୨୦: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ମ୍ୟାଚ ଜିତିବାକୁ ଆପ୍ରାଣ ଉଦ୍ୟମ କରିବ ରାଜସ୍ଥାନ ରୟାଲ୍ସ

ଆଇପିଏଲ୍୨୦୨୦ ଆଜିର ମ୍ୟାଚ ୨୩ତମ ଲିଗ୍ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ମୁହାଁମୁହିଁ ହେବେ। ଲଗାତାର ୨ଟି ମ୍ୟାଚରେ ଅପରାଜେୟ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ମନୋବଳ ଦୃଢ ରହିଛି। ଅନ୍ୟ ପଟରେ ରୟାଲ୍ସ କ୍ରମାନ୍ୱୟରେ ୩ଟି ମ୍ୟାଚ୍ ହାରି ଚାପରେ ରହିଛି। କ୍ୟାପିଟାଲ୍ସ ବିପକ୍ଷ ମୁକାବିଲାରେ ପରାଜୟ ଧାରା ଭାଙ୍ଗିବା ରୟାଲ୍ସର ମୁଖ୍ୟ ଲକ୍ଷ୍ୟ ହେବ। ଆଜି ସାରଜାରେ ମ୍ୟାଚ୍ ଖେଳାଯିବ। ଏଠାରେ ଖେଳାଯାଇଥିବା ପୂର୍ବ ୪ଟି ମ୍ୟାଚରେ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର ହୋଇଛି। ତେଣୁ ମ୍ୟାଚରେ ହାଇସ୍କୋରିଂ ମ୍ୟାଚ୍ ହେବା ଆଶା କରାଯାଉଛି।

କ୍ୟାପିଟାଲ୍ସ ଦଳ ସିଜନରେ ୫ଟି ମ୍ୟାଚ୍ରୁ ୪ଟିରେ ବିଜୟ ଏବଂ ଗୋଟିଏରେ ପରାଜିତ ହୋଇଛି। ଆଜି ଅଶ୍ୱିନ ଓ ବଟଲରଙ୍କ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିବ। ରୟାଲ୍ସ ଦଳ ସାରଜାରେ ଖେଳିଥିବା ପ୍ରଥମ ୨ଟି ଯାକ ମ୍ୟାଚରେ ବିଜୟ ହାସଲ କରିଥିଲା। କିନ୍ତୁ ଦୁବାଇ ଓ ଆବୁଧାବି ଭଳି ବଡ଼ ଗ୍ରାଉଣ୍ଡରେ ଫେଲ୍ ମାରିଛି।

rr

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ସଞ୍ଜୁ ସାମସନ୍, ରବିନ୍ ଉଥପ୍ପା, ରିୟାନ୍ ପରାଗ/ମନନ ଭୋରା, ରାହୁଲ ତେୱାତିଆ, ଶ୍ରେୟାସ ଗୋପାଲ, ଟମ୍ କୁରାନ, ଜୋଫ୍ରା ଆର୍ଚର, ଜୟଦେବ ଉନାକାତ୍, ଅଙ୍କିତ୍ ରାଜପୁତ୍।

ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧଓ୍ଵନ୍, ପୃଥ୍ଵୀ ଶ, ଶ୍ରେୟସ ଅୟର, ଶିମରୋନ୍ ହେଟମେୟର, ଏନରିଚ୍ ନୋତର୍ଜୋ, କାଗିସୋ ରବାଡ଼ା, ଅମିତ ମିଶ୍ର ଓ ରବିଚନ୍ଦ୍ରନ ଅଶ୍ୱିନ, ଋଷଭ ପନ୍ଥ, ମାର୍କସ ଷ୍ଟୋଇନିସ୍, ହର୍ଷଲ ପଟେଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.