ଏସିଆ କପରେ ଆଜିଠୁ ସୁପର ଫୋର ମୁକାବିଲା: ଆଜି ଶ୍ରୀଲଙ୍କା-ଆଫଗାନିସ୍ତାନ ମୁହାଁମୁହିଁ, କାଲି ସନ୍ଡରେ ପୁଣି ଭାରତ-ପାକିସ୍ତାନ ମ୍ଯାଚ୍

କେନ୍ୟୁଜ୍: ଏସିଆ କପରେ ଆଜିଠୁ ସୁପର ଫୋର ମୁକାବିଲା । ଆଜି ପ୍ରଥମ ସୁପର-୪ ମ୍ୟାଚ୍ରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ଆଫଗାନିସ୍ତାନ । ସେହିପରି କାଲି ସନ୍ଡରେ ପୁଣି ଭାରତ-ପାକିସ୍ତାନ ମହାମୁକାବିଲା ହେବ । ଏସିଆ କପ୍ ସୁପର-୪ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ । ଏହି ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି । ଗତ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟ୍ରେ ହରାଇଥିଲା ଭାରତ । ଏଥର ମଧ୍ୟ ପାକିସ୍ତାନକୁ ହରାଇ ଟିମ୍ ଇଣ୍ଡିଆ ତାର ଦବ୍ଦବା ଜାହିର କରିବ ବୋଲି ଆଶାବାଦୀ କ୍ରିକେଟ ପ୍ରେମୀ ।
ଗତକାଲି ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ହଂକଂକୁ ୧୫୫ ରନରେ ହରାଇବା ପରେ ସୁପର-୪ରେ ପ୍ରବେଶ କରିଛି । ଫଳରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ହଂକଂ । ପୂର୍ବରୁ ବାଂଲାଦେଶ ଶ୍ରୀଲଙ୍କାଠାରୁ ହାରିବା ପରେ ଟୁର୍ଣ୍ଣାମେଣ୍ଟରୁ ବାହାରିଛି । ଏବେ ସୁପର-୪ରେ ଦୁଇଟି ଗ୍ରୁପ୍ରେ ୪ଟି ଟିମ୍ ମଧ୍ୟରେ ପ୍ରତିଯୋଗିତା ହେବ ।