ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି ଏସିଆ କପ୍‌ କ୍ରିକେଟ, ଭାଗ ନେଉଛନ୍ତି ଭାରତ ସମେତ ଏସିଆର ୬ଟି ଦେଶ

ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି ଏସିଆ କପ୍‌ କ୍ରିକେଟ । ଏଥିରେ ଭାଗ ନେଉଛନ୍ତି ଭାରତ ସେମତ ଏସିଆର ୬ଟି ଦେଶ ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍ଗା, ବାଂଲାଦେଶ ଓ ହଂକଂ । ଆଜି ଆଫଗାନିସ୍ତାନ ଓ ଶ୍ରୀଲଙ୍କା ଭିତରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ଗ୍ରୁପ୍‌ ଏରେ ଭାରତ ସହ ଅଛନ୍ତି ପାକିସ୍ତାନ ଓ ହଂକଂ । ଆସନ୍ତାକାଲି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଏଥିପାଇଁ ୟୁଏଇରେ ଟିମ୍‌ ଇଣ୍ଡିଆ ଜୋରଦାର ଅଭ୍ୟାସ ଚଳାଇଛି । ନେଟ୍‌ସରେ ଝାଲବୁହା ପରିଶ୍ରମ କରୁଛନ୍ତି ଖେଳାଳି ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଏସିଆ କପ୍‌ ଅଭିଯାନ ପାଇଁ ପୂରା ପ୍ରସ୍ତୁତ ଭାରତ । ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଶକ୍ତିଶାଳୀ ଟିମ୍‌ ଇଣ୍ଡିଆ ଏବର୍ଷ ଏସିଆ କପ୍‌ ଟାଇଟାଲ୍‌ ଦାବିଦାର ରହିଛି । ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି । ରେକର୍ଡ କହୁଛି ଏସିଆ କପରେ କୋହଲିଙ୍କ ପ୍ରଦର୍ଶନ ଭଲ । ତେଣୁ ତାଙ୍କ ବ୍ୟାଟରୁ ରନ୍‌ ଆଶା କରୁଛନ୍ତି କ୍ରିକେଟପ୍ରେମୀ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ବିରାଟ ଜଣେ ବଡ଼ ଖେଳାଳି । ରନ୍‌ କରିବାରେ ତାଙ୍କର ନିଆରା ଷ୍ଟାଇଲ୍‌ ରହିଛି । ଦଳ ଓ ତାଙ୍କ ପାଇଁ ରନ୍‌ କରିବା ଜରୁରୀ ଅଟେ ବୋଲି ଗାଙ୍ଗୁଲି କହିଛନ୍ତି ।

ଭାରତ ୭ଥର ଏସିଆ କପ୍‌ ଚାମ୍ପିଅନ୍‌ । ଟି-ଟେ୍ଵଣ୍ଟି ଲଢ଼େଇରେ ପାକିସ୍ତାନ ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି । ରୋହିତଙ୍କ ନେତୃତ୍ୱରେ ଭାରତର ବ୍ୟାଟିଂ ଭାର ସମ୍ଭାଳିବେ ଲୋକେଶ ରାହୁଲ, ବିରାଟ କୋହରି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ଥ, ଦୀପକ ହୁଡ୍ଡା ଓ ଦୀନେଶ କାର୍ତ୍ତିକ । ଫାଷ୍ଟ ବୋଲିଂ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ୍‌, ଅର୍ଷଦୀପ ସିଂ ଓ ଅଭେଷ ଖାନ୍‌ଙ୍କ କାନ୍ଧରେ ଥିବା ବେଳେ ସ୍ପିନ ବାହିନୀରେ ଯୁଜବେନ୍ଦର ଚହଲ, ଆର୍‌. ଅଶ୍ୱିନ, ରବୀନ୍ଦ୍ର ଜାଡେଜାଙ୍କ ସହ ଯୁବ ତାରକା ରବି ବିଷ୍ଣୋୟୀ ବି ଅଛନ୍ତି ।

Leave A Reply

Your email address will not be published.