ଆଜିଠୁ ଏସିଆ କପ ହକି ପ୍ରତିଯୋଗିତା: ପ୍ରଥମ ଦିନରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ

ଆଜିଠୁ ଏରିନାରେ ହେବ ଏସିଆ କପ ହକି ପ୍ରତିଯୋଗିତା । ପ୍ରଥମ ଦିନରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ହାଇଭୋଲଟେଜ ମ୍ୟାଚକୁ ହକିପ୍ରେମୀ ଚାହିଁ ବସିଛନ୍ତି । ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଭାରତୀୟ ଟିମର ନେତୃତ୍ୱ ନେଉଛନ୍ତି । ଗତ ସଂସ୍କରଣରେ ଫାଇନାଲରେ ମାଲେସିଆକୁ ହରାଇ ଭାରତ ବିଜେତା ହୋଇଥିଲା ।

ଉଭୟ ଭାରତ ଓ ପାକିସ୍ତାନ ୩ ଥର ଲେଖାଏଁ ଏହି ପ୍ରତିଯୋଗିତା ଜିତିଛନ୍ତି । ମ୍ୟାଚ ପୂର୍ବରୁ ବୀରେନ୍ଦ୍ର ଲାକ୍ରା କହିଛନ୍ତି, ପାକିସ୍ତାନ ବିପକ୍ଷ ମ୍ୟାଚରେ ସବୁବେଳେ ଚାପ ରହିଥାଏ । ଆମେ ଆମର ଶ୍ରେଷ୍ଠ ପଦର୍ଶନ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ବୀରେନ୍ଦ୍ର ଲାକ୍ରା । କନିଷ୍ଠ ଖେଳାଳିଙ୍କ ପାଇଁ ଏହା ନିଆରା ଅଭିଜ୍ଞତା ହେବେ । ଉଭୟ ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.