ଦୁବାଇ : ଭାରତ ଆଗରେ ପାକିସ୍ତାନ ରଖିଲା ୨୩୮ ରନର ଟାର୍ଗେଟ୍ । ଏସିଆ କପରେ ଆଜି ଦ୍ବିତୀୟଥର ପାଇଁ ମୁକାବିଲାକୁ ଓହ୍ଲାଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ । ପାକିସ୍ତାନ ପୁଣିଥରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସୋଏବ ମଲିକଙ୍କ ୭୮, ଅଧିନାୟକ ସର୍ଫରାଜ ୪୪ ଏବଂ ଓପ୍ନର ଫାକର ଜମନଙ୍କ ୩୧ ରନ୍ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ କରିଥିଲା ୨୩୭ ରନ୍ । ଶେଷ ୧୦ ଓଭରରେ ପାକିସ୍ତାନ ୬୮ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ବୁମରା, ଚହଲ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହି ସୁପର ଫୋର୍ ମୁକାବିଲାରେ ଆଜି ଜିତିଲେ ଫାଇନାଲକୁ ଯିବ ଟିମ୍ ଇଣ୍ଡିଆ ।
ସ୍କୋର : ପାକିସ୍ତାନ-୨୩୭/୭, ୫୦ ଓଭର । (ସୋଏବ ମଲିକ ୭୮, ସର୍ଫରାଜ ୪୪, ଫାକର ଜମନଙ୍କ ୩୧, ଆସିଫ ଅଲୀ ୩୦, ମହମ୍ମଦ ନୱାଜ ଅପରାଜିତ ୧୫ । ବୁମରା ୨/୨୯, ଚହଲ ୨/୪୬, କୁଲଦୀପ ଯାଦବ ୨/୪୧)