ଏସିଆ କପ : ଆସନ୍ତା ରବିବାର ପୁଣି ଭାରତ-ପାକିସ୍ତାନ ମୁକାବିଲା, ଏଥର ହ୍ୟାଣ୍ଡସେକ୍ ହେବ କି ନାହିଁ ତାକୁ ନେଇ ଚର୍ଚ୍ଚା

ଏସିଆ କପରେ ଆସନ୍ତା ରବିବାର ପୁଣି ଭାରତ-ପାକିସ୍ତାନ ମୁକାବିଲା । ସୁପର ଫୋରରେ ମୁହାଁମୁହିଁ ହେବେ ଦୁଇ ଦଳ । ଏଥର ହ୍ୟାଣ୍ଡସେକ୍ ହେବ କି ନାହିଁ, ତାକୁ ନେଇ ଚର୍ଚ୍ଚା । ହ୍ୟାଣ୍ଡସେକ୍ ନ ହେବାରୁ ଗ୍ରୁପ-ଏର ଲିଗ ପର୍ଯ୍ୟୟ ମ୍ୟାଚ୍ ବିବାଦ ପୂର୍ଣ୍ଣ ଥିଲା । ଗତ ରରିବାର ପାକିସ୍ତାନକୁ ହରାଇ ବଡ଼ ବିଜୟ ପାଇଥିଲା ଭାରତ । କିନ୍ତୁ ସେହି ମ୍ୟାଚରେ ଟସ ପରେ ଦୁଇ ଅଧିନାୟକ ହାତ ମିଶାଇ ନଥିଲେ । ଏପରିକି ମ୍ୟାଚ ପରେ, ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହ୍ୟାଣ୍ଡେସକ୍ କଲେ ନାହିଁ । ଏହାକୁ ନେଇ ଆପତ୍ତି ଉଠାଇଥିଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । ମ୍ୟାଚ୍ ରେଫେରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବାକୁ ଦାବି ହେଲା ।

ନଚେତ ଏସିଆ କପରୁ ଓହରିବା ପାଇଁ ଧମକ ଦେଇଥିଲା ପାକିସ୍ତାନ। କିନ୍ତୁ ଆଇସିସି ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରେ, ପାକିସ୍ତାନ ଦଳ ୟୁଏଇ ବିପକ୍ଷ ମ୍ୟାଚରେ ଜାଣି ଶୁଣି ଏକ ଘଣ୍ଟା ବିଳମ୍ବରେ ପଡ଼ିଆକୁ ଓହ୍ଲାଇଲା । ଏଭଳି ସ୍ଥିତିରେ ଆସନ୍ତା ରବିବାର ପୁଣି ଥରେ ମୁହାଁମୁହିଁ ହେବେ । ଏଥର କଣ ହେବ । ହାତ ମିଶିବ ନା ବିବାଦ ଆହରୁ ବଢ଼ିବ। ଏ ସବୁ ଦୃଷ୍ଟିରୁ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚକୁ ଚର୍ଚ୍ଚିତ କରି ଦେଇଛି । ସେପଟେ ପାକିସ୍ତାନ ମୁକାବିଲା ପୂର୍ବରୁ ଆଜି ଗ୍ରୁପ ପର୍ଯ୍ୟାୟର ଭାରତ ତାର ଶେଷ ଲିଗ ମ୍ୟାଚ ଓମାନ ବିପକ୍ଷରେ ଖେଳିବ ।

 

ଆହୁରି ପଢ଼ନ୍ତୁ : ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜଙ୍କ ପ୍ରଦର୍ଶନ ଫିକା, ୪ର୍ଥ ସ୍ଥାନରେ ଚମକିଲେ ସଚିନ