ଏସିଆନ୍ ରଗବୀ ସେଭେନ୍ସ, ଅଣ୍ଡର ଏଇଟିନ୍ ଗାର୍ଲସ ଚାମ୍ପିଅନସିପ୍ର ସେମିଫାଇନାଲରେ ଭାରତ, ଆଜି ହଂକଂ ସହ ମୁକାବିଲା

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏସିଆନ୍ ରଗବୀ ସେଭେନ୍ସ, ଅଣ୍ଡର ଏଇଟିନ୍ ଗାର୍ଲସ ଚାମ୍ପିଅନସିପ୍ର ସେମିଫାଇନାଲରେ ଭାରତ । କ୍ୱାଟରରେ କାତାରକୁ ୩୧-୦ ଗୋଲ୍ରେ ହରାଇ ଭାରତୀୟ ଦଳ ସେମିରେ ପ୍ରବେଶ କରିଛି । ଆଜି ହଂକଂ ସହ ମୁକାବିଲା ହେବ । ଟୁର୍ଣ୍ଣାମେଣ୍ଟରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି ଭାରତୀୟ ଦଳ । ପୂର୍ବରୁ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ୨୪-୧୫ ଗୋଲ ଓ ବାଂଲାଦେଶକୁ ୮୨-୦ରେ ହରାଇଥିଲା ଭାରତ ।
ଭାରତୀୟ ରଗବୀ ଟିମରେ କିସ୍ର ୫ ଜଣ ଛାତ୍ରୀ ସାମିଲ ଅଛନ୍ତି । ଏମାନେ ହେଲେ ସୁମିତ୍ରା ନାୟକ, ସୋନୀ ମାଦାଙ୍ଗୀ, ଲିଜା ସରଦାର, ପାର୍ବତୀ କିସ୍କୁ ଏବଂ ଜେମାମଣି ନାୟକ । ସେପଟେ ଦମଦାର ପ୍ରଦର୍ଶନ ପାଇଁ ଭାରତରୟ ଦଳକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ ।