ଓ୍ଵିକେଟ ଯିବାରୁ ଆଫଗାନୀ ବୋଲରଙ୍କୁ ବ୍ୟାଟ ଉଠାଇଥିଲେ ଆସିଫ ଅଲ୍ଲୀ, ଧକ୍କା ମଧ୍ୟ ମାରିଥିଲେ : ଦେଖନ୍ତୁ ଭିଡିଓ

ଏସିଆ କପ୍ ୨୦୨୨ ରେ ବୁଧବାର ହୋଇଥିବା ପାକିସ୍ତାନ ଏବଂ ଆଫଗାନିସ୍ତାନ ମ୍ୟାଚରେ ପଡିଆରେ ମୁହାଁମୁହିଁ ହୋଇଥିଲେ ପାକ୍ ଏବଂ ଆଫଗାନୀ ଖେଳାଳି। ପରିସ୍ଥିତି ଏମିତି ଥିଲା କି, ଦୁଇଟି ଯାକ ଟିମ୍ର ଖେଳାଳି ପରସ୍ପର ମଧ୍ୟରେ ହାତ ଉଠାଉଠି ହୋଇଯାଇଥିଲେ। ରାଗରେ ପାକିସ୍ତାନୀ ଖେଳାଳି ଆଫଗାନୀ ବୋଲରଙ୍କୁ ବ୍ୟାଟରେ ମାରିବା ସ୍ଥିତି ଉପୁଜିଥିଲା। ପରସ୍ପର ମଧ୍ୟରେ ଧକ୍କା ମରାମରି ହୋଇଥିଲେ ଖେଳାଳି। ଯାହାର ଭିଡିଓ ଭାଇରଲ ହେଉଛି। ଏହି ମ୍ୟାଚରେ ଆଫଗାନିସ୍ତାନକୁ ହରାଇଛି ପାକିସ୍ତାନ । ଏହି ମ୍ୟାଚ ଜିତି ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି।
ଖବର ଅନୁଯାୟୀ, ଏହି ମ୍ୟାଚର ଶେଷ ଓଭର ବେଶ୍ ରୋମାଞ୍ଚକଭରା ରହିଥିଲା। ଆଫଗାନୀ ବୋଲର ଲଗାତାର ଓ୍ଵିକେଟ ନେଇ ପାକିସ୍ତାନ ଟିମକୁ ଧରାଶାୟୀ କରିଦେଇଥିଲା। ୧୩୦ ରନର ଟାର୍ଗେଟକୁ ପୂରଣ କରିବା ପାକିସ୍ତାନ ପକ୍ଷେ କଷ୍ଟସାଧ୍ୟ ହୋଇପଡିଥିଲା। ୧୦ ଓଭରରେ ଆଫଗାନୀ ବୋଲର ଫରୀଦ ଅହମ୍ମଦ ପାକିସ୍ତାନୀ ବ୍ୟାଟସମ୍ୟାନ ଆସିଫ ଅଲ୍ଲୀଙ୍କ ଓ୍ଵିକେଟ ନେଇଥିଲେ। ଏହି ଓ୍ଵିକେଟ ପରେ ଆସିଫ ଏବଂ ଫରୀଦଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା।
The fight between Asif Ali and the Afghan bowler💥 Very unfortunate
#PAKvAFG pic.twitter.com/AQzxurWNB7
— Nadir Baloch (@BalochNadir5) September 7, 2022
ଫରୀଦ ନିଜ ଆସିଫଙ୍କ ଓ୍ଵିକେଟ ନେବା ପରେ ନିଜ ଅନ୍ଦାଜରେ ଉତ୍ସବ ମନାଇଥିଲେ। ଏହାପରେ ଆସିଫ ଫରୀଦଙ୍କ ପାଖକୁ ଚାଲିଆସିଥିଲେ ଆଉ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ। ଆସିଫ ପ୍ରଥମେ ଫରୀଦଙ୍କୁ ଧକ୍କା ଦେଇଥିଲେ। ଏହା ପରେ ମାରିବା ପାଇଁ ବ୍ୟାଟ ଉଠାଇଥିଲେ। ଏହା ଦେଖି ଅନ୍ୟ ଆଫଗାନୀ ଖେଳାଳି ଆସି ଦୁହିଁଙ୍କୁ ରୋକିଥିଲେ।
The actual video of shameful attitude by this unknown bowler of Afghanistan shoving gestures in the face of Asif Ali. Ungrateful gits! pic.twitter.com/OrFpiEipY3
— Wajahat Kazmi (@KazmiWajahat) September 7, 2022
ମ୍ୟାଚରେ ଟସ୍ ହାରି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା। ଏତେ କମ୍ ସ୍କୋର କରି ମଧ୍ୟ ପାକିସ୍ତାନୀ ଟିମକୁ ଜବରଦସ୍ତ ଟକ୍କର ଦେଇଥିଲା ଆଫଗାନୀ ଟିମ୍। ପାକିସ୍ତାନ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା। ବାବର ଆଜମ ଖାତା ଖୋଲିପାରି ନଥିଲେ। ସେହିପରି ଫକର ଜମାନ ୫ ରନ୍ ମୋହମ୍ମଦ ରିଜୱାନ ୨୦ ରନ୍ ଓ ଇଫ୍ତିଆର ଅହମଦ ୩୦ ରନ୍ କରିଥିବା ବେଳେ ଆସିଫ ଅଲୀ ୮ ବଲରେ ୧୬ ରନ୍ କରିଥିଲେ। ଜବାବରେ ପାକିସ୍ତାନ ଲଢ଼ୁଆ ବ୍ୟାଟିଂ କରି ମାତ୍ର ୧ ୱିକେଟରେ ୧୯.୨ ବଲରେ ମ୍ୟାଚ୍ ଜିତିଥିଲା ।
ଏସିଆ କପ୍ ୨୦୨୨ରୁ ବିଦାୟ ନେଇଛି ଡିଫେଣ୍ଡିଂ ଚାମ୍ପିୟନ ଭାରତ। ସୁପର୍-୪ ମୁକାବିଲାର ପ୍ରଥମ ମ୍ୟାଚରେ ପାକିସ୍ତାନ ଏବଂ ଦ୍ଵିତୀୟ ମ୍ୟାଚରେ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା ଭାରତ । ସେହିଭଳି ଆଫଗାନିସ୍ତାନ ମଧ୍ୟ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଏବଂ ବୁଧବାର ପାକିସ୍ତାନ ଠାରୁ ପରାସ୍ତ ହେବାକୁ ପଡିଛି । ଏହା ସହିତ ଆଫଗାନିସ୍ତାନ ମଧ୍ୟ ଏସିଆ କପରୁ ବିଦାୟ ନେଇଛି । ଆଜି ସୁପର-୪ର ଅନ୍ତିମ ମୁକାବିଲାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ । ଯାହାକି କେବଳ ଔପଚାରିକରେ ସୀମିତ ରହିବ । ଉଭୟ ଦଳ ସମ୍ମାନ ବଞ୍ଚାଇବାକୁ ପଡିଆକୁ ଓହ୍ଲାଇବେ । ଡିସେମ୍ବର ୧୧ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳଯିବ ଏସିଆ କପ୍ ୨୦୨୨ ଫାଇନାଲ । ଉଭୟ ଦଳ ସୁପର-୪ ମୁକାବିଲାରେ ଦୁଇଟି ଲେଖାଏଁ ମ୍ୟାଚ ଜିତି ଟେବୁଲ ଟପ୍ରେ ରହିଛନ୍ତି ।
Also Read : ମ୍ୟାଚ୍ ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସଙ୍କୁ ପିଟିଲେ ଆଫଗାନିସ୍ତାନ ଫ୍ୟାନ୍ସ, ଭିଡିଓ ଭାଇରଲ