ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଡେବ୍ୟୁ କରିବେ ଅଷ୍ଟ୍ରେଲିଆର ଯୁବ ଖେଳାଳି ଡାଭିଡ କାମେରୁନ ଗ୍ରୀନ, ରିକି ପଣ୍ଟିଙ୍ଗଙ୍କ ସହ ରହିଛି ସାମଞ୍ଜସ୍ୟ

ଅଷ୍ଟ୍ରେଲିଆ ଦଳର ବରିଷ୍ଠ ଖେଳାଳି ଗ୍ରେଗ ଚ୍ୟାପେଲ ଯୁବ କ୍ରିକେଟର ଡାଭିଡ କାମେରୁନ ଗ୍ରୀନଙ୍କୁ ରିକି ପଣ୍ଟିଙ୍ଗଙ୍କ ପରେ ସବୁଠୁ ପ୍ରତିଭାବାନ ଖେଳାଳିର ଆଖ୍ୟା ଦେଇଛନ୍ତି । ଏକଦିବସୀୟ ଓ ଟି-20 ରେ ଖେଳିବା ପରେ ଏବେ କାମେରୁନଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟ ଦଳରେ ସାମିଲ କରାଯାଇଛି । ଆଉ ଖୁବ ଶୀଘ୍ର ସେ ଭାରତ ବିପକ୍ଷ ଏକ ମ୍ୟାଚରେ ନିଜ ଡେବ୍ୟୁ ଦେବାକୁ ଯାଉଛନ୍ତି । ଆଉ କାମେରୁନଙ୍କୁ ନେଇ ଚ୍ୟାପେଲ ମତ ରଖିଛନ୍ତିକି, ୨୧
ବର୍ଷୀୟ ଏହି ଯୁବ ଖେଳାଳି ଜଣଙ୍କ ନିଶ୍ଚିନ୍ତ ରୂପେ ଆଗକୁ ଜଣେ ପ୍ରତିଭାବାନ କ୍ରିକେଟର ଭାବରେ ଉଭା ହେବେ ।

ସୂଚନା ଦେବା ଯୋଗ୍ୟଯେ, ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିରୋଧୀ ଚାରି ଟେଷ୍ଟ ମ୍ୟାଚ ବିଶିଷ୍ଟ ଏକ ସିରିଜରେ ୧୭ ବର୍ଷୀୟ ଖେଳାଳି କ୍ୟାମେରୁନ ଗ୍ରୀନଙ୍କ ସମେତ ଆଉ ୫ ଜଣ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଟିମ ପେନଙ୍କ ନେତୃତ୍ୱରେ ଗଠିତ ଏହି ଟିମରେ ନୂଆ ଚେହେରା ଭାବରେ ଦ୍ରୁତ ବୋଲର ସିନ ଏବାଟଙ୍କ ସମେତ ଲେଗ ସ୍ପିନର ମିଚେଲ ସ୍ୱିପସନ ଓ ହରଫନମୋଲା ମାଇକଲ ନେସରଙ୍କୁ ଚାନ୍ସ ଦିଆଯାଇଛି । କ୍ୟାମେରୁନ ଗ୍ରୀନଙ୍କ ବାବଦରେ ଗ୍ରେଗ ଚ୍ୟାପେଲ ଏହା ମଧ୍ୟ କହିଛନ୍ତିକି, ଡ଼ନ ବ୍ରଡମ୍ୟାନଙ୍କ ପରେ କ୍ୟାମେରୁନ ହେଉଛନ୍ତି ଶ୍ରେଷ୍ଠ ହୋମଗ୍ରୋନ ବ୍ୟାଟ୍ସମ୍ୟାନ । ନିଜ ଯୁବାବସ୍ଥା ବେଳେ ରିଙ୍କି ପଣ୍ଟିଙ୍ଗ ବି ଠିକ ଏହିପରି ଖେଳୁଥିଲେ ।

ଏହା ସହ ଗ୍ରେଗ ଗଣମାଧ୍ୟମକୁ ସାକ୍ଷାତ୍କାର ଦେବା ସମୟରେ କହିଛନ୍ତିକି, ତାଙ୍କ ନିକଟରେ କିଛି ବିଶେଷ ଗୁଣ ରହିଛି । ଖେଳିବା ସମୟରେ ସେ ଖୁବ କୁଲ ରହନ୍ତି | ବ୍ୟାଟିଙ୍ଗ ସମେତ କ୍ୟାମେରୁନ ଭଲ ବୋଲିଙ୍ଗ ବି କରିପାରନ୍ତି । କହିରଖିବା ଉଚିତ ହେବକି, ଏଯାବତ ଗ୍ରୀନ ୧୯ ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳିଥିବା ବେଳେ ୪୯.୩୩ ରନ ରେଟ ହିସାବରେ ୧୧୯୬ ରନ ସ୍କୋର କରିସାରିଛନ୍ତି । ଦୁଇ ଦୁଇ ଥର ପାଞ୍ଚ ପାଞ୍ଚଟି ଲେଖାଏଁ ବିକେଟ ବି ନେଇଛନ୍ତି ।

Leave A Reply

Your email address will not be published.