ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪; ଆଜିଠୁ ଭାରତର ଅଭିଯାନ, ଭାଗ ନେଇଛନ୍ତି କିଟ୍ ଓ କିସର ୧୨ ଜଣ ଖେଳାଳି

ବଢୁଛି ଉତ୍କଣ୍ଠା । ଆଜିଠୁ ଆରମ୍ଭ ହେବ ବିଶ୍ବ କ୍ରୀଡ଼ାର ସବୁଠୁ ବଡ଼ ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ । ଭାଗ ନେବେ ୨୦୬ ଦେଶର ୧୦,୫୦୦ କ୍ରୀଡ଼ାବିତ। ୩୨ ଅଲଗା ଅଲଗା ଖେଳର ୩୨୯ ଇଭେଣ୍ଟରେ ମୁହାଁମୁହିଁ ହେବେ ବିଶ୍ବ କ୍ରିଡ଼ାର ରଥୀମହାରଥୀ । ପ୍ୟାରିସ ସମେତ ୧୬ ସହରରେ ଖେଳାଯିବ ସମସ୍ତ ଇଭେଣ୍ଟ ।
ଆଜି ପ୍ୟାରିସ ସିନ ନଦୀରେ ବୋଟ୍ ପ୍ୟାରେଡ ସହିତ ଶୁଭାରମ୍ଭ ହେବ ଅଲିମ୍ପିକ୍ସ କ୍ରୀଡ଼ା । ଏହା ପ୍ରଥମ ଥର ଯେବେ କୌଣସି ଷ୍ଟାଡିୟମ ନୁହେଁ ବରଂ ନଦୀ କୂଳରେ ଆୟୋଜିତ ହେବ ଅଲିମ୍ପିକ୍ସର ଭବ୍ୟ ଉଦଘାଟନ ସମାରୋହ । ପ୍ରାୟ ୩ ଘଣ୍ଟା ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ ବିଶ୍ବର ୩ ହଜାର କଳାକାର।
ଭାରତୀୟ ସମୟ ଅପରାହ୍ନ ୧ଟାରେ ମହିଳା ଓ ୫ଟା ୪୫ରେ ପୁରୁଷଙ୍କ ପ୍ରତିଯୋଗିତା ହେବ । ଅଲିମ୍ପିକ୍ସ ପାଇଁ ପ୍ୟାରିସ ଗସ୍ତ କରିଛି ୧୧୭ ଜଣିଆ ଭାରତୀୟ ଦଳ । ୧୬ଟି ଖେଳରେ ୭୦ ପୁରୁଷ ଓ ୪୭ ମହିଳା ଖେଳାଳି ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିବେ । ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଛନ୍ତି କିଟ୍ ଓ କିସର ୧୨ ଜଣ ଖେଳାଳି। କୌଣସି ଶିକ୍ଷାନୁଷ୍ଠାନରୁ ଅଲିମ୍ପିକ୍ସରେ ଏତେ ସଂଖ୍ୟକ ଖେଳାଳି ଯୋଗଦେବା କ୍ଷେତ୍ରରେ କିଟ୍ ହେଉଛି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ।