ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଙ୍କି ଆଥଲେଟିକ ଆସୋସିଏସନ ଚାମ୍ପିୟନ୍

କଟକ (କେନ୍ୟୁଜ୍) :କଟକ ଜିଲ୍ଳା ବାଙ୍କିର ପଥୁରିପଡାଠାରେ ଚାଲିଥିବା ରାଜ୍ୟସ୍ତରୀୟ ୩୧ତମ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍କି ଆଥଲେଟିକ ଆସୋସିଏସନ, ବୈଦେଶ୍ୱର ଦିସା କ୍ଲବକୁ ୩ ଓ୍ଵିକେଟରେ ହରାଇ ଚାମ୍ପିୟନ୍ ହୋଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିନେ ତାରକା ଅରିନ୍ଦମ ରାୟ ଓ ସ୍ଥାନୀୟ ବିଧାୟକ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।