ପ୍ୟାରିସ ଅଲିମ୍ପିକ୍ସ ୨୦୨୪ : ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ଯୋଡିକୁ ଝଟକା, ଦ୍ୱିତୀୟ ମ୍ୟାଚ ରଦ୍ଦ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଯୋଡି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଦ୍ୱିତୀୟ ମ୍ୟାଚ ରଦ୍ଦ ହୋଇଛି । ପୁରୁଷ ଡବଲ୍ସରେ ଭାରତୀୟ ଯୋଡି ଆଜି ଜର୍ମାନୀର ମାର୍ଭିନ ସିହେଲ ଏବଂ ମାର୍କ ଲେମ୍ପ୍ସଫୁସ ଯୋଡି ବିପକ୍ଷରେ ଖେଳିବାର ଥିଲା । କିନ୍ତୁ ଏମାନଙ୍କ ମ୍ୟାଚକୁ ବାତିଲ କରିଦିଆଯାଇଛି ।
ସାତ୍ତ୍ୱିକ ଏବଂ ଚିରାଗଙ୍କ ଯୋଡି ପ୍ରଥମ ମ୍ୟାଚରେ ଫ୍ରାନ୍ସର କୋରବୀ ଲୁକାସ ଏବଂ ଲେବର ରୋନନଙ୍କ ଯୋଡିକୁ ୨-୦,୨୧-୧୭, ୨୧-୧୪ରେ ହରାଇଥିଲା । ପ୍ରଥମ ପର୍ଯ୍ୟାୟରେ ମ୍ୟାଚ ଜିତିବା ପରେ ଦ୍ୱିତୀୟ ମ୍ୟାଚରେ ଭାରତୀୟ ଯୋଡି ମ୍ୟାଚ ବିଜୟ ଆଶା ରଖିଥିଲେ । କିନ୍ତୁ ପ୍ରତିପକ୍ଷ ଖେଳାଳି ଆହତ ହେବା ଯୋଗୁଁ ମ୍ୟାଚ ରଦ୍ଦ ହୋଇଥିଲା ।
ଜର୍ମାନୀର ଖେଳାଳି ମାର୍କଙ୍କ ଆଣ୍ଠୁ ସର୍ଜରୀ ଯୋଗୁଁ ପ୍ୟାରିସ ଅଲିମ୍ପିକ୍ସରୁ ନିଜ ନାମ ଫେରାଇ ନେଇଛନ୍ତି । ମାର୍କ ନାମ ଫେରାଇନେବା ସୂଚନା ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନକୁ ଦେଇଥିଲେ । ତେଣୁ ଆଜି ହେବାକୁ ଥିବା ମ୍ୟାଚ ରଦ୍ଦ ହୋଇଛି ।
ତେବେ ଆଜିର ମ୍ୟାଚ ରଦ୍ଦ ହେବା ଯୋଗୁଁ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାରଙ୍କ ପାଇଁ ବଡ କ୍ଷତି । ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଯୋଡି ସାତ୍ତ୍ୱିକସାଇରାଜ ଏବଂ ଚିରାଗ ପରବର୍ତ୍ତୀ ମ୍ୟାଚ ଆସନ୍ତାକାଲି ଇଣ୍ଡୋନେସିଆ ବିପକ୍ଷରେ ଖେଳିବେ ।